ମୋ ପ୍ରେମିକାର ସ୍ପନ୍ଦନ

ମୋ ପ୍ରେମିକାର ସ୍ପନ୍ଦନ
------------------
ମୋ ପ୍ରିୟାର ଏକ ଆଭିମୁଖ୍ୟ,
ଜୀବନେ ଟିକେ ପ୍ରିୟତମ ସହିତ ହସ,
ହୋଇ ପାରିଲାନି ଆଉ କେବେ,
ଖାଲି ବିବାହ ପରେ କିଛି ମାତ୍ର ମୁହୁର୍ତ୍ତ,

ଚାକିରି ଅନେକ ସେ ଛାଡ଼ିଛି,
ଆଜି ନିଜର ସ୍କୁଲ କରି ଅଶି ରୁ ଅଧିକଙ୍କୁ ପ୍ରଭୁଙ୍କ ପ୍ରେମ ପ୍ରତ୍ୟେକ ଦିନ ଦେଉଛି,
ତା ମନ କଥା କିଏ ଜାଣୁନି,
ଭିତରେ ତାର ପ୍ରଭୁ ଅଛନ୍ତି ।

ସେଦିନର କଥା ଭୁଲିନି,
ବକ୍ଷେ ମୋର ଆଉଜି ଛୁଆ ପରି କାନ୍ଦିଛି,
ଖବର ଥିଲା ପ୍ରିନ୍ସିପଲ୍ କହିଲେ "ରେଗୁଲାର ଟିଚର ଆସିଛି, ତୁମ କଣ୍ଟାକ୍ଟ ସରିଛି।

ଏକାନ୍ତ ଜୀବନ କାଟୁଛି,
ପ୍ରାର୍ଥନା ଜୀବନ ଧରିଛି,
ନୂତନ ଆତ୍ମା ଜିଣୁଛି,
ତା' କଥା ନିଜେ ଏକା ବୁଝୁଛି ।

କାଲି ତାର ଗୋଟେ ଛାତ୍ରୀଙ୍କୁ ଭେଟ ହେଲା,
"ମାଡମ, ସ୍ବାସ୍ଥ୍ୟ ହାର କେମିତି ହେଲେ" କହିଲା,
ଶୁଣିଲି ନ ଶୁଣିଲା ପରି, 
ଦେଖୁଛି, ତାକୁ କିଏ ଚା' ଟେ ବି ଦେଉ ନାହାନ୍ତି ।

ସ୍ତ୍ରୀ ନୁହେଁ ସେ ମୋ ପ୍ରେମିକା,
ତାବିହୁନେ ଚାଲିଛି ମୋ ଜୀବିକା ।

ଯାତ୍ରା ଶେଷ ହେବ କେବେ,
ସେବା କାର୍ଯ୍ୟ ଓ ପେଟ ଧରିଛୁ ଆମେ ।

ଆମ ସଂସାରରେ ଅଛି ଏକ ଝିଅ,
ନିର୍ବାକ ହୋଇ ଦେଖୁଛି ଏହି ନାଟ ନୁହେଁ ଜୀବନ,
ପ୍ରାର୍ଥନା ଓ ଇଶ୍ଵର ସ୍ତୁତି ଆମର,
ତାକୁ ନେଇ ଆମର ଜଗତେ ଭବିଷ୍ୟତ ।

କୃତଜ୍ଞ ଆମେ ତୁମ ମାନଙ୍କ ଠାରେ,
ସ୍ମରଣ କରୁଛ ଆମକୁ ନୀତି ପ୍ରାର୍ଥନାରେ ।

ସେବା ପ୍ରାର୍ଥନା ଅନ୍ୟପାଇ,
ଆଶୀର୍ବାଦ ଆଣିଦିଏ ବିଶ୍ୱାସ ଏ, ଆମ ପାଇଁ ।

ସାଧା ଜୀବନରେ ଆଉ ଏକ ଅଡ଼ୁଆ,
ଭେଟି ଦେଇଛି ମୁଁ ସ୍ବାମୀ, ନିର୍ବାକ ଅଚଳ ତା ଶଶୁର ମୋ ବାପା,
ଗେଟ ଖୋଲା, ଚଉକି ଦିଆ, ଚା ସହିତ, ସମୟ ଦିଆ, ରାତିରେ ଏକା ଓ ଅନିଦ୍ରା ।

ସାଙ୍ଗରେ ଯୋଡ଼ିବ ବେଭାର, 
ନ କରି ପାରିଲେ ସେ ଅଟେ ହିନ, ଆସିବା ଲୋକ ସବୁ ମହାନ।

ଛି କି ରୂପ ଏ ସ୍ୱାମୀର ରୂପ, 
ମୁଁ ଅଟେ ନିତାନ୍ତ ବର୍ବର ।

ଦୁଇ ବର୍ଷ ହେଲା ଶାଢ଼ୀ ଟେ କିଣି ଦେଇନି,
ଜନ୍ମ ଦିନ ଛାଡ, ବିବାହ ବାର୍ଷିକ ରେ ମିଳନ ତ ଦୂର କଥା, ଶୁଭେଚ୍ଛା ବି ମୋଠୁ ପାଏନି ।

ଯାତ୍ରା ଯାତ୍ରା ମୋର ଅନେକ,
ନ ପହଞ୍ଚିବା ଯାଏ ସେ ଚେତା ମୁଁ ଅଚେତ ।

ପଶୁ ତୁଲ୍ୟ ମୋର ଜୀବନ ।
କିଏ ତ କରୁଛି ଅନ୍ୟକୁ, ମୁଁ ଦୂରେ ଥାଇ ସ୍ତ୍ରୀକୁ କରୁଛି ଧର୍ଷଣ।

ଭାଙ୍ଗି ଯିବନି ତ ମୋ ସଂସାର,
ମୁଁ ତ କରୁଛି ବାପା, ମାଁ, ଭାଇ, ଭଉଣୀ ଓ ଚାକିରି ବାହାନାରେ ତାକୁ ଅତ୍ୟାଚାର ।

କବି: ଅନାମ ଚନ୍ଦ୍ର
ସ୍ଥାନ: ସୂର୍ଯ୍ୟ ତଳେ
ପୋଷ୍ଟ: ପୀଡ଼ା ଗଭାର
ପିନ୍: ମାନସିକ, ସାମାଜିକ, ପାରିବାରିକ, ପୀଡ଼ା ଓ ବର୍ଚ୍ଛା

Contact Here

Name

Email *

Message *