ଭ୍ରମରସମାଜ, ଧର୍ମ ଓ ଆଦର୍ଶର ଫୁଲ ବଗିଚାରେ

ଭ୍ରମର
ସମାଜ, ଧର୍ମ ଓ ଆଦର୍ଶର ଫୁଲ ବଗିଚାରେ 
-----------------------------------------------
ଭୂଲ, ଠିକ୍, ଆଦର୍ଶ ନାରେ ଆଜିବି
ଭ୍ରମର ଭ୍ରମି ଭ୍ରମି ଭ୍ରମନ୍ତି ତେରରୁ ଆଜିବି
କଢ଼, ଫୁଲ ହୋଇ ଫଳି ସାରି ଲାଣି..........
ଭ୍ରମର ଖୋଜୁଛି, ତା କଢି ମିଳୁନି

ତରଙ୍ଗ ପରି, ମଦୁଆ ଚାଲ, 
ଭ୍ରମ ନପିଇ ଦିଶେ  ମତୁଆଲ 

ଆଜି ଯାଏ, ବାସ୍ତବରେ କମ
ଭାବନାର ଅଧିକ ଲାଗିଥିଲା ଦମ୍

ସ୍ୱାଧୀନତା ଥାଆନ୍ତା ଆଓରଙ୍ଗଯେବ ପରି 
ବିଭଭ୍ସ କରନ୍ତି କଢିର ପାଖୁଡ଼ା ଖୋଲି
ଆଘ୍ରାଣ ଓ ପାନ କରନ୍ତି ଧ୍ୟାନେ
ରହି ଯାଆନ୍ତା ମୋର ଚିର ସ୍ମରଣେ

ଏକଛତ୍ରବାଦିର ପୁତ୍ର ହୁଅନ୍ତି
କଢିକୁ, ଫୁଲ, କରନ୍ତି ନୀତି
ଭ୍ରମର ନିଷ୍କ୍ରିୟ ହୋଇନି ଆଜି
ଖୋଜି ଚାଲିଛି ତା କଢି କେଉଁଠି

ଭ୍ରମରେ ବିଫଳେ ଭ୍ରମନ୍ତି ଭ୍ରମର,
ସମାଜ, ଧର୍ମ, ଆଦର୍ଶ ରଙ୍ଗିନ ଫୁଲ

କଡ଼ି ସ୍ତିତ ପ୍ରଜ୍ଞ ପାଇଥିଲା ଯେବେ
ଚାଖିଲା, ପିଇଲା ଭ୍ରମରର ଶୁଣ୍ଢ, ନୟନ, ଓଠେ
କଢି ଭ୍ରମିଲା ଭ୍ରମରେ, ସ୍ୱଳ୍ପ ମୁହୂର୍ତ୍ତ
ତୃପ୍ତ କରିନେଲା କାଳ କାଳ ଦେଇ, ନେଇ ଅମୃତ

ଭ୍ରମରର ଭ୍ରମକୁ 
ପୂଜା ଥାଳିରେ ତୋଳି
ଭ୍ରମରର ଶକ୍ତ ସୁଣ୍ଡରେ ପିଆଇଲା ରସକୁ
ପିଆଇ ଚାଲିଲା ସତେଯେ, ପାଇ ଭ୍ରମକୁ

ସମୟ
ଚାଷ ବଗିଚା,
କୃଷକ,
ଜଗୁଆଳି,
ଋତୁ
ବର୍ଷା
ଖରା
ଉଷ୍ମତା
କଡ଼ି, ଓ ଭ୍ରମରର ସଙ୍ଗେ ସଙ୍ଗେ
ଭ୍ରମର ଜାଣେ ଏ ରହିବନି କେବେ

ବୀରହେ ଭ୍ରମର ଏଯାଏ ଭ୍ରମେ
ସମାଜ, ଧର୍ମ ଓ ଆଦର୍ଶ ରଙ୍ଗରେ ଖୋଜେ

ଡୁଇଟ୍ ଡେଭିଡ ଫିଲିପ
ଲେହିରୀ ଥାନା
କାଟାପାର
ବିହାରଶରିଫ, 
ନାଳନ୍ଦା, ବିହାର ୮୦୩୧୦୧
୯୪୩୭୧୦୪୩୦୩

Contact Here

Name

Email *

Message *