Sunday, April 30, 2023
ବିଜୟୀ ସଂଗ୍ରାମୀ
--------
ସଂଗ୍ରାମୀ ସେ ବାହାରେ ଦିଶୁଛି,
ସଂଗ୍ରାମେ ନିଜ ସହିତ ଜିଣି ସାରିଛି,
ନିଜେ ଜିଣି ଅନ୍ୟକୁ ଜିତାଇବା ଚାହୁଁଛି
ସଂଗ୍ରାମ ସରିନି ଜଗତ ଯେ ଯାଏଁ ଆସି ନି।
ଭିକ୍ଷା ମୁଁ ବାହାରେ ବୁଲି ବୁଲି ମାଗୁନି,
ଭିକାରି ମୁଁ ପ୍ରଥମେ ମୋ ମନରେ ହୋଇ ସାରିଛି,
ସ୍ବପ୍ନ ମୋର ଉଚ୍ଚ ହେବାପାଇଁ,
ନ ହୋଇ ବି ମନରେ ଉଚ୍ଚ ହୋଇ ସାରିଛି।
ପଣ ଓ ଗୁଣ ସ୍ବପ୍ନ ଦେଖୁଛି,
ପରିସ୍ଥିତି କେବଳ ସହାୟ ହେବାକୁ ଅଛି,
୩୨% ଭୋଟ ରେ ମୁଁ ପ୍ରଧାନ ହୋଇଛି,
୧୦୦% କେଉଁ ସଂଗ୍ରାମ ଚାହୁଁଛି ମୁଁ ଜାଣିନି।
ନୀତି ଓ ନ୍ୟାୟ ମୋର, ମୋତେ ଶୁଭେଚ୍ଛା ଦେଇ ସାରିଛି,
ତୁମକୁ ତୁମ ଜୟ, ଶୁଭେଚ୍ଛା କାହିଁକି ଦେଇ ପାରୁନି?
ଜୟୀ ମୁଁ ସଂଗ୍ରାମୀ,
ମୁଁ ନିଜକୁ ଶୁଭେଚ୍ଛା ଦେଇଛି।
ଡୁଇଟି ଡେଭିଡ ଫିଲିପ୍
ସମାଜ ସେବୀ,
କେଥିଲିକ ଭବନ, ଚାଇବସା, ଝାଡ଼ଖଣ୍ଡ,
୩୦/୦୪/୨୦୨୩
9437104303
https://www.pensofdavid.com/