Thursday, October 13, 2022
ବିଜୟ ମନ୍ଥନ
------
ସମୁଦ୍ର ମନ୍ଥନେ ବାହାରେ ବିଷ,
ଏତେ ମନ୍ଥି ଦିଅଯେ ବାହାରି ଯାଉ ସବୁ ବିଷ,ଆକ୍ରୋଶ।
ରାଗ, ଘୃଣା, ବିରକ୍ତ ଓ ତିକ୍ତ,
ସାଙ୍ଗରେ ବଢୁଛି ସଙ୍ଖ୍ୟା, କୁପୋଷଣ, କ୍ଷୁଧା ଓ ଭିକ୍ଷୁକ,
ଘରେ ଘରେ ମିଳୁଥିଲା ମାଗେଲେ ଭିକ,
ସରକାରୀ ଭିକ୍ଷୁକ ହେଲେଣି କୋଡ଼ିଏ କୋଟିରୁ ଅଧିକ।
ଏତେ ଜାତି ଧର୍ମ ଭାଷା, ସଂସ୍କୃତ,
କାହା ପାଇଁ କିଏ ଆଉ ହେଉନି ସହ୍ୟ।
ବିଷ ମନ୍ଥନେ, ଏବେ ଭଲ ଆମ ନେତା ଓ ପିତା,
ଯୁଗେ ଯୁଗେ, ରକ୍ତପାତେ ମାନବିକତା ହୋଇଛି ଠିଆ।
ବାଟି ଅନେକ ଗୋଟିଏ ଖେଳ,
ପିଲା ଅନେକ ବିଜେତା ସ୍ୱଳ୍ପ,
ବାଣ୍ଟି ବାକୁ ନେତା, ବିଜେତାର ନାହିଁ ମନ,
କନ୍ଦା, କନ୍ଦି, ଟଣା, ଟଣି, ଡାକିଲାଣି ମନ।
ଦର୍ଶକ କହୁଛନ୍ତି ଏବେ ଜଗି ଦିଅ,
ନେତୃତ୍ୱ କିଏ ନେବ, ସମୟ କହିବ, ଏବେ ବିଷ ବାହାରି ଯିବାକୁ ଦିଅ।
ଡୁଇଟି ଡେଭିଡ ଫିଲିପ
ନାୱାଦା, ବିହାର
୯୪୩୭୧୦୪୩୦୩
୧୩/୧୦/୨୦୨୨