ପାରା ନୁହେଁ, ଶରୀର ପ୍ରେମ

ପାରା ନୁହେଁ, ଶରୀର ପ୍ରେମ
------------------------------
ପାରା ବସିଛି ଜିଦ୍ କରି,
ଯିବାକୁ ଚାଲି ସେ ଅନ୍ୟ ପାରିକି।

ଗୁହାରି ଅନେକଙ୍କ ଶ୍ରୀଙ୍କୁ, ସେ ଶୁଣୁ ନାହାନ୍ତି,
ଶରୀରକୁ ଭିଡୁଛନ୍ତି ଆତ୍ମୀୟ, ଚିକିତ୍ସାଳୟ ଆଣି।

ଅନେକଙ୍କ କ୍ରନ୍ଦନ, ଶ୍ମଶାନକୁ ଡରି,
କିଏ, ମାଁ, କିଏ ବାପା, କିଏ ଭାଇ କିଏ ଭଉଣୀ ଡାକି ।

'ବ୍ୟବସାୟ ଚିକିତ୍ସାଳୟ' ସୁନ୍ଦର ଆଳୟ,
ସ୍ବାଗତ କରୁଛି ଏ କରିବ ଶେଷ ବିଦାୟ ।

ଶରୀର ଓ ପାରାର କଣ ବୁଝା ମଣା ଥିଲା କିଏ ଜାଣିନି,
ଆତ୍ମୀୟଙ୍କ ସପକ୍ଷ, ଶରୀର ପ୍ରତି ଖର୍ଚ୍ଚ, ହଇରାଣ, ଡାକ୍ତର ଧରି ।

ଅନେକ କରାଳ କ୍ରନ୍ଦନରେ ବ୍ୟସ୍ତ ଶରୀରକୁ ଧରି,
ପାରା ଜିଦ ଧରିଛି ମୁଁ ଯିବି ବାହାରି,

ମୁଁ ଜଣେ ନୁହେଁ, ଅନେକେ ଆସୁଛନ୍ତି ବିମା କରି,
ଲାଗୁଛି ଏ ବୀମା କମ୍ପାନୀ ଓ ସରକାରଙ୍କର ଘଟ ସୂତ୍ର ପରି ।

'ପାରା ରକ୍ଷଣ କେନ୍ଦ୍ର', କେବେବି ହେବନି ଏହି ଚିକିତ୍ସା ଆଲୟ,
ଜାଣ, କିଏ କିଏ କହିଲେଣି ପାରା ବିଦାୟ ହେଇଛି, ଆମ୍ବୁଲାନ୍ସ ଆଣ।

ଏହାକୁ 'ପାରା ଉଡା କେନ୍ଦ୍ର' ବି କହିହେବ, ବାହାନା ଚିକିତ୍ସାଳୟ ମାତ୍ର,
ଈଶ୍ବର କହୁଛନ୍ତି, ପାରା ଥାଉ ଥାଉ କଲନି କାହିଁକି ତାଙ୍କୁ ପ୍ରେମ।

ଡୁଇଟ ଡେଭିଡ ଫିଲିପ
(ସୁମ ଅଲ୍ଟିମେଟ ହସ୍ପିଟାଲ, ଭୁବନେଶ୍ୱର, ଓଡ଼ିଶା)
ଲେହେରି ଥାନା
ବିହାର ଶରିଫ,
ନାଳନ୍ଦା, ବିହାର
୮୦୩୧୦୧

Contact Here

Name

Email *

Message *