ନୂଆଁ ଚାକିରିରେ, ସେ ହାତ

ନୂଆଁ ଚାକିରିରେ, ସେ ହାତ
-------------------------------
ବିବ୍ରତ 
ବ୍ୟସ୍ତ ନୁହେଁ
ଆତ୍ମ ବିଶ୍ୱାସର ପ୍ରେରଣା

ପୌରୁଷତ୍ବକୁ ଜାଗ୍ରତ କରି ଦେଉଥିଲା ହାସଲ କରିବାକୁ ଆତ୍ମ ବିଶ୍ୱାସ

ଆଙ୍କିବାକୁ ନୂଆଁରେଖା ବକ୍ର ଓ ଦୀର୍ଘ, 
ଫର୍ଦ୍ଦ ଫର୍ଦ୍ଦ କାଗଜ, 
ଶିହିରଣ ଭୋଗ କରୁଥିଲା 
କାଗଜ ତଳର କାଗଜ,
କଲମ ଭୀତରୁ ସେହି କାଳୀ
ନିଜେ, ସମାଜ, ଅନୁଷ୍ଠାନ ନିଶା ଶକ୍ତ 
ଦେଖି ସେ ହାତ ଓ କାମର
ରସାୟନ ବିଜ୍ଞାନ

ଦୀର୍ଘ ଦୂରତା ଅତିକ୍ରମ ,
ପ୍ରତ୍ୟେକ ଛକ ଓ ମାଇଲ ଖୁଣ୍ଟ ଅପମାନିତ
ଗତି ଯେ ଥମୁନଥିଲା
ଅନୁଭୂତିର ବର୍ଷା, ଖରା, ଶୀତ, ରାତି
ଦେଉ ଥିଲା ପତ୍ର, ଫୁଲ, ଫଳ

ପୋତୁ ଥିଲା ନୂଆଁ ମାଇଲ ଖୁଣ୍ଟ
ଉପଭୋଗ୍ୟ, ପ୍ରତ୍ୟେକ ସଫଳତା ଓ ସ୍ଵୀକୃତି

ବିଫଳତା ଦେଉଥିଲା ନୂଆଁ ରାସ୍ତା, ଶିଖାଉଥିଲା, ସଫଳତାର ନୂଆଁ ଚାବିକାଠି କେଉଁଠି

ବନ୍ଦ ଥିଲେ ନିଜେ ଖୋଲିଲା
ମନା କଲେ ନୂଆଁ କରୁ ଥିଲା
ନୂଆଁ କଲେ ପ୍ରଶଂସା
ଦୋହରାଇଲେ, ସ୍ମିତ ହସ

ମନେ ପଡେ 
ନୂଆଁ ଚାକିରିରେ ସେ ହାତ

ଏବେବି ରହିଛି
ନାହିଁ କିନ୍ତୁ ସେ ଫର୍ଦ୍ଦ ଫର୍ଦ୍ଦ କାଗଜ
ସେ ବର୍ଷା, ଖରା, ଶୀତ, ରାତି
ଥିଲା ପତ୍ର, ଫୁଲ, ଫଳ ଝଡି ଯାଉଛି

ଉପୁଡ଼ି ଯାଉଛି ପୁରୁଣା ମାଇଲ ଖୁଣ୍ଟ

ନା କାଗଜ ରେ ଶିହିରଣ
ନା କାଳୀ ରେ ଉନ୍ମାଦନା

କର୍ମ କ୍ଷେତ୍ରରେ ସେ ହାତ ନାହିଁ!

ଡୁଇଟ୍ ଡେଭିଡ ଫିଲିପ
ଲେହିରୀ ଥାନା
କାଟାପାର
ବିହାରଶରିଫ, 
ନାଳନ୍ଦା, ବିହାର ୮୦୩୧୦୧
୯୪୩୭୧୦୪୩୦୩

Contact Here

Name

Email *

Message *