ନାଳନ୍ଦା ଓ ତା ଭଉଣୀ ମାନେ

ନାଳନ୍ଦା ଓ ତା ଭଉଣୀ ମାନେ
-------------------------------
ରମଣୀ ମୁଁ ଧନୀ, ଗୁଣି ଓ ସୁନ୍ଦରୀ ଥିଲି
ପାଞ୍ଚ ନଦୀର ପାଣି ଗଙ୍ଗାରେ ବୁହାଇ।

କ୍ଷୀର, ଦହି, ଚୂଡା, ଲିଟ୍ଟି, ଚୋଖା ଖାଉଥିଲି,
ବୁଦ୍ଧ, ଅଶୋକ, ହୁଇଂଶାଙ୍କ ନାଁରେ ମୁଁ ଖୁସି ଥିଲି ।

କଲିମ୍ ଅଜିଜ ଓ ନୀତିଶ ଯେଉଁଠୁ ଆସେ,
ତାକୁ କହନ୍ତି ବିହାରର, ନାଳନ୍ଦା ଭାରତେ।

ସ୍ଥାପତ୍ୟ, ଗଣିତ, ଔଷଧ, ଯାହାରି ଧରା,
ସେଠି ଅଛି ମନୁ, ଅଶୋକ, ଖିଲଜୀର ହିଂସା ।

ଗାଉଛି ନୀତିଶ ଆଜି, ଜଇନ, ବୁଦ୍ଧର ନିର୍ବାଣ ବାର୍ତ୍ତା,
ଆଜିଯେ, ମୁଁ ଅଟେ ଭାରତର ଦାଦନ ଓ ଶ୍ରମର ଦାତା।

ବ୍ୟଭିଚାର, କ୍ଷୁଧା, ଦଳିତ, ଯାହାକୁ ଯେତେ,
୨୪୦ ତମ ପଛୁଆ ଜିଲ୍ଲା ଯୋଜନା ଆମକୁ ମିଳେ।
ଜମିହୀନ, ପୁଷ୍ଟି ହୀନ, ମୋହରି ଦାଗ,
ଧର୍ମାଶୋକ ଭଉଣୀ, ଓଡ଼ିଶା କଳିଙ୍ଗ।

ଦୁଇ ଭଉଣୀଙ୍କ ସହିତ ଦୁଇ ଆଉ ଭଉଣୀ ଅଛନ୍ତି,
ଝାର୍ ଖଣ୍ଡ ଓ ବଙ୍ଗଳା, ରୁଚି, ଗଠନ ଓ ଆଳୁ ଏକା ରାନ୍ଧନ୍ତି।

ସରଳ ସର୍ବ ସାଧାରଣ, ଖାଦ୍ୟ, ଗୁଣ ଓ ଧର୍ମ,
ଚାଷ, ଶିଳ୍ପ, କଳ, କଳା ନୁହେଁ ହୀନ, ପ୍ରାୟ ସମାନ।

ଦେଉନି ଗଣତନ୍ତ୍ର ଓ ଦିଲ୍ଲୀ ଆମକୁ କାମ,
କଥା ବେଶୀ, ବେକାର ହେଉଛି ସମୟ।

ଚାରି ଭଉଣୀ ଯାକ ଯାହାବି ରାଦ୍ଧନ୍ତି,
ବାଣ୍ଟିଲା ବେଳକୁ ଦଳିତ ଓ ଜନଜାତି ପଛରେ ରହୁଛନ୍ତି।

ଗଚ୍ଛାମି, ଗଚ୍ଛାମି, ଆମରି ଇତିହାସ ଓ ପ୍ରୀତି, 
ପୀଡ଼ା ଏତେ ବେଶିଯେ ଗରିବ ଗାଥା ଗାଇ ପାରୁନି।

ଡୁଇଟ୍ ଡେଭିଡ ଫିଲିପ
ଲେହିରୀ ଥାନା,
କାଟାପାର,
ବିହାରଶରିଫ, 
ନାଳନ୍ଦା, ବିହାର ୮୦୩୧୦୧,
୯୪୩୭୧୦୪୩୦୩

Contact Here

Name

Email *

Message *