ଆଖିର ଖେଳ

ଆଖିର ଖେଳ
-----------------
ସବୁବେଳେ ମୁଁ ଅବଳା, 
ତୁମ ହାତର କଳା, 
ଘୋଡାଇ ଦେଉଛ କେବେ କନା କଳା
ତ କେବେ କହୁଛ କିଛି ଦେହରେ ରଖନା

କେନଭାଶ ନୁହେଁ କି ତୁମ ରଙ୍ଗ, ତୂଳୀ ନୁହେଁ
ଶରୀର ଏ, ଫୁଲ ଫୁଟେ ଓ ଭ୍ରମର ବି ବସେ

ଆଖିର ପତ୍ତା, ପରଦା ଥାଇ, 
ହିଯାବ୍ ଲଗାଉଛ ମୋ ପାଇ

କାମା ଶକ୍ତ ଆଖିର ତୁମର ଚିକିତ୍ସା ନକରି,
ମୁଁତ ସରିଛି, ଆଙ୍କିବାକୁ ବସିଛ କିଶୋରୀ 

ଆଇନ, ସଂସ୍କୃତି, ଧର୍ମ ଘୋଡାଏନି ମୋ ଦେହ
ଆଖି ଓ ହାତକୁ ଯେବେ ବାନ୍ଧିବନି ତୁମ ହୃଦୟ

ହିଯାବ ଇତିହାସ, ମୁହେଁ ଓ ଦେହେ ଓଢଣା
ନୁହେଁ ଇସଲାମ, ବାଇବେଲର ଖ୍ରୀଷ୍ଟିଆନ
ନୁହେଁ ଯିହୁଦି ବା ହିନ୍ଦୁ, ପାରଶି
ଆଦ୍ୟରୁ  ଆଖିଖେଳ ରହି ଆସିଛି
 
ଡୁଇଟ୍ ଡେଭିଡ ଫିଲିପ
ଲେହିରୀ ଥାନା
କାଟାପାର
ବିହାରଶରିଫ, 
ନାଳନ୍ଦା, ବିହାର ୮୦୩୧୦୧
୯୪୩୭୧୦୪୩୦୩

Contact Here

Name

Email *

Message *