ଏଥର ବି ଦୀପଟି ଜାଳି ପାରୁନି,

ଏଥର ବି ଦୀପଟି ଜାଳି ପାରୁନି, 
---------
ମୋର ଦୀପ ନାହିଁ,
ତାର, ଦୀପ ଅଛି, ସଳିତା ନାହିଁ,
ସେ ! ତେଲ ନାହିଁ କେମିତି କରିବି,
ସେମାନେ ! ସେସବୁ ଅଛି ଘର ନାହିଁ,
ଇଏ ! ଜରି ଘର ଅଛି, ଅଗଣା ନାହିଁ,

ଆସ ଗାଇବା, ପ୍ରଭୁ ଆଶିର୍ବାଦ କଲେ ଜାଳିବା, ଆସିବା ବର୍ଷ ପାଇଁ......

"ଦୀପଂ ଜ୍ୟୋତି ପରଂବ୍ରହ୍ମ, 
ଦୀପଂ ଜ୍ୟୋତି ଜନାର୍ଦ୍ଦନ, 
ଦୀପଂ ଜ୍ୟୋତି ହରତେ ପାପଂ,ଦୀପଂଜ୍ୟୋତି ନମସ୍ତୁତେ।"

"ତମସୋ ମା ଜ୍ୟୋତିର୍ଗମୟୋ,
ଅସତୋ ମା ସଦ୍ଗମୟୋ,
ମୃତ୍ୟୁଃ ମା ଅମୃତୋଗମୟୋ।
ଓଁ ଶାନ୍ତିଃ, ଶାନ୍ତିଃ,ଶାନ୍ତିଃ।"

"ଆଲୋକର ଏଇ ପବିତ୍ର ଉତ୍ସବରେ ଆପଣଙ୍କ ଏବଂ ଆପଣଙ୍କର ପରିବାରର ସମସ୍ତ ସଦସ୍ଯଙ୍କର ଜୀବନ ଆଲୋକମୟ ହେଉ !" ଶୁଭେଛା ମୋ ପାଇ,

ପ୍ରତି ଶୁଭେଚ୍ଛା ଆପଣଙ୍କ ପାଇଁ।

ଗୃହହୀନ ଶିଶୁଙ୍କୁ ନେଇଁ
(Street Children)
ଡୁଇଟ ଡେଭିଡ ଫିଲିପ୍
ଚାଇବସା, ଝାଡ଼ଖଣ୍ଡ
୨୪/୧୦/୨୦୨୨

Contact Here

Name

Email *

Message *