ତ୍ରିରଙ୍ଗା ଆଜିବି ମୋ ନାମ

ତ୍ରିରଙ୍ଗା ଆଜିବି ମୋ ନାମ
----
ମୁଁ ଉଲଙ୍ଗ ହେଲି ବିଶ୍ଵ ଦରବାରରେ,
ଦ୍ରୌପଦୀ ତ ନୁହେଁ, ପୋଥି ବୋଲି ରଖି ଦେଲ କି?
ମୁଁ ଭୋକିଲା ହେଲି ମହା ସଭାରେ,
ଯୀଶୁଙ୍କ ବାଣୀ ବୋଲି, କିଏ ପଢ଼ିଵ କହିଲ କି?
ମୁଁ କୁପୋଷଣ ବୋଲି ନାମ ପାଇଲି,
ଇଥିଓପିଆ ପ୍ରସିଦ୍ଧ ବୋଲି, ଆଖି ବୁଜି ଦେଲ କି?
ମୁଁ ଉଲଙ୍ଗ, ଭୋକିଲା, କୁପୋଷିତ, 
କିଣି ଖାଇ ନପାରିବା ଲୋକ, ଭାରତୀୟ ନୁହନ୍ତି ଭାବିଲ କି?
ମୁଁ ମୁଁ ନୁହେଁ, ମୁଁ ଭାରତ,
ଭରସା କରିଛି, ରାମ, କୃଷ୍ଣ, ଯୀଶୁ ଖ୍ରୀଷ୍ଟ, ଆଲ୍ଲା ଆକବର,
ମୋର କରାଳ ଡାକ,
ତୁମେ ସବୁ ଏକ ହୁଅ,
ଉଲଙ୍ଗ, ଭୋକିଲା, କୁପୋଷିତ, ତ୍ରିରଙ୍ଗା ଆଜିବି ମୋ ନାମ।
ଦେଶ ନା ପ୍ରଦେଶ, ସବୁଠି ମୁଁ ସମାନ।

ଡୁଇଟ ଡେଭିଡ ଫିଲିପ
ଚଇବାଶା, ଝାଡ଼ଖଣ୍ଡ
୧୮/୧୦/୨୦୨୨

Contact Here

Name

Email *

Message *