ଜାତି ପ୍ରମାଣ

ଜାତି ପ୍ରମାଣ
--------------
ମୁଶହର ତୁମେ ମୋ ଜାତିର
ଦଳିତ ପାଣ, ଡ଼ମ୍ବ, ହରିଜନ

ତୁମେ ଦଳିତ ନୁହଁ, ମୁଁ ଦଳିତ
ମୁଁ ଯେ ଦେଖିଥିଲି ତୁମକୁ ନୀଚ

ତୁମେ ଉଚ୍ଚ ମାନ ସଦା ଦେଇ ଆସିଛ
ନୀଚ ବ୍ୟବହାର ତୁମେ ସହି ଆସିଛ

ଚାଷେ, ଶିଳ୍ପେ ଦଳିତ ଉଦ୍ୟୋଗୀ ଉର୍ଦ୍ଧ୍ବରେ ନାହିଁ
ଖଟୁଛି ଆଜିବି ଗଣତନ୍ତ୍ର ଓ ଦୁଇ ଅଙ୍କ ବିକାଶ ଥାଇ

ଚାକିରି, ରାଜନୀତିରେ ନଥିଲା ପରି
ମାଲିଶ୍, ମଳ ସଫା ହେଉନି ତୁମକୁ ଛାଡ଼ି

ଉଚ୍ଚ ତୁମେ, ନୀଚ କରିଛି ତୁମକୁ
ଦୁର୍ଦ୍ଦଶା ଲାଗୁନି ଛାଡ଼ିବ ତୁମକୁ

ତୁମେ ଅଟ ସବୁ ଜମିହିନ ଚଷା
ତୁମ ବିନା ଚାଷ, ଚୁଲ୍ଲିବି ଜଳେନା

ଲେଖିଲି ମୁଁ ତୁମ ବିଷୟେ କବିତା
ଝାଳ, ମଳ, ମୂଷହର ମାଟିରେ ମିଶା

ତୁମେ ନୀଚ୍ଚ ନୁହଁ, ମୁଁ ହିଁ ନୀଚ
ମୁଁ ଯେ ଦେଖିନଥିଲି ତୁମକୁ ଉଚ୍ଚ

ଜାତି ପ୍ରମାଣ ପତ୍ର ବ୍ୟବସ୍ଥା ଏବେବି ଅଛି
ପ୍ରମାଣ ପତ୍ର ଧାରାଇ ତୁମକୁ ନୀଚ ଦେଖୁଛି

ଡୁଇଟ୍ ଡେଭିଡ ଫିଲିପ
ଏଲ.ଡି, ହାଉସ
ଆମ୍ଲାତୋଳା
ଚାଇବାସା, ଝାଡ଼ଖଣ୍ଡ, 
୯୪୩୭୧୦୪୩୦୩

Contact Here

Name

Email *

Message *