Wednesday, July 6, 2022
ଖାଇ ଖାଇ
________________
ଖାଇ ଖାଇ ଫିଙ୍ଗୁ ଥିଲେ,
ଗୋଟେଇ ଗୋଟେଇ ଖାଉଛି,
ଯାହା କରିବାକୁ ଆଜ୍ଞା ଦେଲେ,
ତାହା ଖୁସିରେ ସେ କରୁଛି ।
ମଜବୁର କେତେ, ବିନା ଚେନ ରେ ଗୁଲାମ୍,
ବୋଲ୍ ହାକ ନ ମାନିଲେ କହୁଛି ତାକୁ ହାରାମ୍ ।
ଭତ୍ତା ବଣ୍ଟା, ରିହାତି ଦିଆ, ସାମାଜିକ ସୁରକ୍ଷା,
ଭୋଟ ନ ଦେଲେ, ବିଦ୍ରୋହ କଲେ ଆମ ନା ବି ରଖନ୍ତି ସେୟା ।
ଚା ବାଲା, ପ୍ରଧାନ ମନ୍ତ୍ରୀ,
ପେପର ବାଲା, ଦଳିତ, ବିଧବା, ଆଦିବାସୀ ରାଷ୍ଟ୍ର ପତି,
ଭଲ ଲାଗୁଛି ଶୁଣିବାକୁ ନୀତି,
ଭତ୍ତା, ରିହାତି ଦେଖି, କୋଟି କୋଟି କରୁଛୁ ଗୁଲାମି ।
ଚାକିରି ଦେଇ ଚାକର ନୀତି, ସରକାର ଓ କମ୍ପାନୀ,
ସାଂସଦ ଓ ବିଚାରାଳୟ, ଦିବାଲୋକେ କଣ ଦେଖୁନି,
ଦପ୍ତର, ଚାଷ, ଶିଳ୍ପ, ଉଦ୍ୟୋଗ, ଖଣି, କାରଖାନା,
ବିନିଯୋଗ ନାହିଁତ, ସାମ୍ୟ ଅଧିକାର ମନା ।
ଗୁଲାମ ନୁହେଁ ମୁହିଁ,
ଅଧିକାର ମୁଁ ପାଉଛି ।
ଖାଇ ଖାଇ ଫିଙ୍ଗୁ ଥିଲେ,
ଗୋଟେଇ ଗୋଟେଇ ଖାଉଛି,
ଯାହା କରିବାକୁ ଆଜ୍ଞା ଦେଲେ,
ତାହା ଖୁସିରେ ମୁଁ କରୁଛି ।
ଡୁଇଟି ଡେଭିଡ ଫିଲିପ
ଚାଇବାଶା,
ଝାଡଖଣ୍ଡ
୦୩/୦୭/୨୦୨୨
୯୪୩୭୧୦୪୩୦୩