ନାଁ ଦିଆ ଗଣ୍ଡଗୋଳ

ନାଁ ଦିଆ ଗଣ୍ଡଗୋଳ
-------------------------
ପିଲାଙ୍କୁ ଦିଅନ୍ତି ବାପା, ମାଁ, ଅଭିଭାବକ ନାଁ
ଆମେ ବାହାରିଛୁ ହୋଇ ଗଣ୍ଡଗୋଳ, ତୁମକୁ ଦେବାକୁ ନାଁ

ଦିନ, ନିଷ୍ପେସିତ ଆତୁରେ  ଡାକନ୍ତି ତୁମେ ମୋ ବାପା, ମାଁ
ବଧିର ପାଇଁ ନାହିଁ କିଛି ତାଙ୍କ ନାଁ ଦେଖତ
ଶିକ୍ଷିତର ଜିଦ୍ ଓଁ, ଶ୍ରୀ, ପରମବ୍ରହ୍ମ, ସଦାପ୍ରଭୁ, ଆଲ୍ହା, ଜିହୋବା, କେତେ କଣ ତାଙ୍କ ନାଁ

ପଢ଼ି କି ଜାଣିଲି, ନା ଶୁଣି କି ଜାଣିଲି, ନା ଅନୁଭୂତି ଯେ କହି ପାରେନା,
କାହା ପାଇ ତୁମେ ଓଁ, ଶ୍ରୀ, ପରମ ବ୍ରହ୍ମ, କାହାପାଇଁ ଆଲ୍ହା, କାହାପାଇଁ ଜିହୋବା, 
ଆଉ କାହା ପାଇ କେତେ ତୁମ ନାଁ

ନିଜେ ନ ନିଭାଇ ଯେବେ ତୁମକୁ କରେ ପ୍ରଚାର
ଅପମାନେ ଲଜ୍ଜିତ ହୋଇ କେବେ କେବେ ହୁଏ ତିରସ୍କାର

ଯାହା ହେଉ ନାଁ,
ଇତିହାସ ପ୍ରମାଣ
ଆତ୍ମିକ ଗ୍ରନ୍ଥ ପ୍ରମାଣ
ଅନୁଭୂତି ପ୍ରମାଣ
ଏତିନିରେ ଥିଲେହେଁ, ସତ୍ୟ ପ୍ରମାଣ, ଜିଦ୍ ନେବାକୁ ଅନ୍ୟ ନାଁ

ନିଜ ପରିତ୍ରାଣ, ମୋକ୍ଷ, ଜନ୍ନତ, 
ନଜାଣି କରୁଛୁଁ ଅନେକ ଧର୍ମର ପ୍ରଚାର
ଠିକା ନ ପାଇ, ଠିକଣା ଦେଉଛୁ: 
ହେ ପ୍ରଭୁ କ୍ଷମା ନ କରି କରିବ କି ଆମ ବିଚାର

ଭାରତ, ଯିହୁଦା, ଆରବ, ପାଶ୍ଚାତ୍ୟ
ଧରୁଛି ତୁମର ବିଭିନ୍ନ ନାମ,
ଧର୍ମ କହିଲେ ଅନେକଙ୍କୁ ଡର
ନାଁ ପ୍ରଚାର ସିନା, ଧର୍ମର ନାହିଁ ଆଚାର

ହେବୁ ସର୍ବେ ଏକ, ଦିଅ କିଛି ଅନ୍ୟ ସୂତ୍ର, 
ଗ୍ରନ୍ଥ, ଇତିହାସ, ଅନୁଭୂତି, ପ୍ରମାଣ, ଦେଉନି କାମ, 
ଅଶାନ୍ତି, ଅଶାନ୍ତି ସବୁଠି ବ୍ୟାପିଛି
'କ୍ଷମା' ଅଟେକି, ତୁମ ସବୁ ନାଁ 'ର ସାର?
 
ଡୁଇଟ୍ ଡେଭିଡ ଫିଲିପ
ଲେହିରୀ ଥାନା
କାଟାପାର
ବିହାରଶରିଫ, 
ନାଳନ୍ଦା, ବିହାର ୮୦୩୧୦୧
୯୪୩୭୧୦୪୩୦୩

Contact Here

Name

Email *

Message *