ଅନିଲ ମାନଙ୍କର ସ୍ବପ୍ନ

ଅନିଲ ମାନଙ୍କର ସ୍ବପ୍ନ
---------------
ଗିରୀ କନ୍ଦର ଭିତରେ ମେଘ ଓ ଚୁଲୀର ଧୂଆଁ,
ସବୁଜ ବନାନୀ ଜଙ୍ଗଲରେ କୌତୁକିଆ ଠେକୁଆ, ହରିଣ, ଛେଳି, ଗାଇ ଓ ମଣିଷ ଚୁଆ,
ସରଲ, ସୁନ୍ଦର, ମଣିଷରବି ଏକ ଦୁନିଆ,
ଉଲଙ୍ଗ ସେ ଆମକୁ ଲାଗେ,
ସେ ସରଳ, ମୋଟେ ଜାଣେନା।

ପୋଖରୀ, ଜଙ୍ଗଲ, ଝରଣା,
ନବ ବିବାହିତଙ୍କ ପ୍ରେମ, ଆଲ୍ଲାଦ, ସମ୍ଭୋଗ, ପରିଣୟର ପବିତ୍ର ବିଛଣା,
ଲାଞ୍ଜିଗଡ ଜଙ୍ଗଲ ଓ ବଂଶଧାରା ଉପତ୍ୟକାରେ କନ୍ଧ ଓ କୁଟିଆ ।

ଖଯୁର, ତାଳ, ସଳ୍ପ, ଫଳର, ରସ ଓ ବାସନା,
କାନ୍ଦୂଲ୍, ମାଣ୍ଡିଆ, ଗୁର୍ଜି, ହେଣ୍ଡୁଆ, ଛତି ସହିତ ବଣର ଅନେକ ଶାଗ ରନ୍ଧା,
ଭବାନୀାଟଣାରେବି ମିଳେ ତାର ସ୍ଵାଦ ଓ ବାସନା।

ପରବ, ଚଇତ୍ରା, ଫୁସପୁନି, ନୂଆଖାଇ, ବିବାହ ଯାତ୍ରା, ନିଜ ରଙ୍ଗରେ, ସାଜ ସଜ୍ଜା,
ପ୍ରକୃତ୍ତିରୁ ଏସବୁରିର ଗଜା, 
ନିଜ ଗୀତ, ଛନ୍ଦ, ବାଦ୍ୟ, ନିଜକୁ ବିଦ୍ୟା,
ବିଧାନ ସଭା, ସନସଦ, ବିଶ୍ଵବିଦ୍ୟାଳୟ, ନ୍ୟାୟା ଲୟ କହେ ବିକାଶ ଓ ଶିକ୍ଷା ସେମାନଙ୍କୁ ଅଜଣା ।

ବିକାଶ ଆଶାକୁ 'ବେଦାନ୍ତ' ପ୍ରବେଶ,
ଆରମ୍ଭ ଆଜି ଥୁଣ୍ଟା ପାହାଡ, ରଙ୍ଗୀନ କୋଠା, ଆକାଶ ଛୁଆଁ ଲୁହା ନଳର ଧୂଆଁ, ପ୍ରଶସ୍ତ ରାସ୍ତାକୁ ଲମ୍ବା ଟ୍ରକ, ଆମ ମନରେ ପ୍ରଶ୍ନ, ଏସବୁର ହେବ କେଉଁଠି ଶେଷ ।

ଛୁଆକୁ ଦେଉଛୁଁ ସ୍ବପ୍ନ,
ହେବୁ ତୁବି ଦିନେ, ଅନିଲ ଅଗ୍ରୱାଲ କିମ୍ଵା ଅନିଲ ଅମ୍ବାନୀକୁ ଦେଖ,
ଶିଙ୍ଗାଣି ମୁଁହରେ, ଖପର ଛାତ,
ପଖାଳ ସାଙ୍ଗରେ ନାଲି ଲିପଷ୍ଟିକ,
ବେଲ୍ଟ ଓ ଟାଏ ପିନ୍ଧି ଆରମ୍ଭ କର ପାଠ ।

ଡୁଇଟି ଡେଭିଡ ଫିଲିପ 
(ବିଷମକଟକ ବସ ଯାତ୍ରୀ)
ଲେହାରି ଥାନା
ବିହାର ଶରିଫ୍
ନାଳନ୍ଦା, ବିହାର
୮୦୩୧୦୧

Contact Here

Name

Email *

Message *