ବ୍ୟବସ୍ଥା ଜାଲରେ ସେ ଝିଅ

ବ୍ୟବସ୍ଥା ଜାଲରେ ସେ ଝିଅ
-----------
ମନର ବ୍ୟବସ୍ଥା ରଙ୍ଗୀନ ହେବାକୁ
ପ୍ରକୃତିର ବ୍ୟବସ୍ଥା ଖେଳାଇ ଦେବାକୁ
ସମାଜର ବ୍ୟବସ୍ଥା ସାଜି ଦେବକୁ
ଅର୍ଥର ବ୍ୟବସ୍ଥା ଗଣାଇ ଦେବାକୁ
ଆଇନର ବ୍ୟବସ୍ଥା ମାନ ଦେବାକୁ
ଆତ୍ମାର ବ୍ୟବସ୍ଥା ପବିତ୍ର ହେବାକୁ

ଅୟୀଠା ଥାଳି, ମା ନରିହ୍ନାଣି, କହିଛି ମାଜିବାକୁ,
ପେଟର ବ୍ୟବସ୍ଥା କରିଛି ବାଧ୍ୟ ଲୁଚି ଲୁଚି ଚାଟିବାକୁ,

ଏବାବୁ ମୁଁ ଚୋରି କରିନି,
ହାତ ମାରିଛି ତୁମେ ଦେଖିଲ ଜାଣିଛି,
ପେଟର ବ୍ୟବସ୍ଥା କରିଛି ବାଧ୍ୟ ଲୁଚି ଲୁଚି ନେବାକୁ।

ନାବାଳିକା ଅଠର ପୁରିନି,
ପୁଲିସକୁ ଦେବାକୁ ଭୟ, କଣ କରି ଦେବ ନେଇକି!

ବ୍ୟବସ୍ଥା ଜାଲରେ ସେ ଝିଅ,
ମୁଁ ଅଠର, ଦେଖିଛି ତା କୋମଳ ଶରୀର ଫଟା ଚିରା ଫ୍ରକ୍ ଭିତର,

କିଏ ବାହା ହେଲା ତାକୁ,
ଗଲା ସେ କୁଆଡେ, ମନେ ପଡୁଛି ବୟସର ସନ୍ଧ୍ୟାକୁ,
ଦେଲିନି ଯାହା ଦରକାର ଥିଲା ସେତେବେଳେ ତାକୁ।

ମନର ବ୍ୟବସ୍ଥା ରଙ୍ଗୀନ ହେବାକୁ
ପ୍ରକୃତିର ବ୍ୟବସ୍ଥା ଖେଳାଇ ଦେବାକୁ
ସମାଜର ବ୍ୟବସ୍ଥା ସାଜି ଦେବକୁ
ଅର୍ଥର ବ୍ୟବସ୍ଥା ଗଣାଇ ଦେବାକୁ
ଆଇନର ବ୍ୟବସ୍ଥା ମାନ ଦେବାକୁ
ଆତ୍ମାର ବ୍ୟବସ୍ଥା ପବିତ୍ର ହେବାକୁ
ବ୍ୟବସ୍ଥା ଜାଲରେ ସେ, ଏ ପୁଅ ବାହାରିଛି ଅନୁତାପ କରିବାକୁ

ଡୁଇଟ ଡେଭିଡ ଫିଲିପ
ଓକିଲ ଓ ସମାଜ ସେବୀ
ଭବାନୀପାଟଣା, କଳାହାଣ୍ଡି, ଓଡ଼ିଶା
୭୬୬୦୦୧, ୯୪୩୭୧୦୪୩୦୩


edit

No comments:

Post a Comment

Contact Here

Name

Email *

Message *