ଚୁପ୍
Saturday, July 8, 2023
ଚୁପ୍
--------
ମଲେ ଖ୍ରୀଷ୍ଟିଆନ ଯିଶୁ ଚୁପ୍,
ମଲେ ମୁସଲମାନ ଆଲ୍ହା ଚୁପ୍,
ମଲେ ହିନ୍ଦୁ ଭଗବାନ ଚୁପ୍,
ହାତ ଉଠାଉଛୁ, ଖ୍ରୀଷ୍ଟିଆନ, ମୁସଲମାନ, ହିନ୍ଦୁ କାହା ପାଇଁ ତୋର ଏତେ ଦୁଃଖ୍ ।
ମଲା ମିତ୍ର ସବ, ଦେଖି ଗଲି ହୋଇ ଭାବୁକ, ବାହାରିନି ଓଠରୁ ଶଦ୍ଦ ,
ବଞ୍ଚି ଥିଲେ ଶତ୍ରୁ ପର, ବ୍ୟବହାର, "ତୁ ଏଠାରୁ ହୁଅ ଦୂର"
ହିନ୍ଦୁର ପନିର,
ମୁସଲମାନର ବିରିଆନି,
ଖ୍ରୀଷ୍ଟିଆନର କେକ ହେଉକି ଚିଜ୍ ଇତ୍ୟାଦି,
କେଉଁ ଯିବାକୁ ଭଲ ଲାଗୁନି, ଏଯାଏଁ ମୁଁ ଜାଣିନି, ଖାଇ କିଏବି ମରିନି।
ମଣିଷ ମାନଙ୍କ ଦେହ ରକ୍ତ ସମାନ ଟି?,
ଭିଟାମିନ ଓ ଭେକ୍ଶିନ ଅଲଗା ଅଲଗା ବାହାରିନି?
ବିଶ କିଏ ଭରୁଛି, କେଜାଣି,?
ସମସ୍ତଙ୍କ ପାଇଁ ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ, ସୂର୍ଯ୍ୟ, ଚନ୍ଦ୍ର, ଆକାଶ, ପୃଥିବୀ ସମାନ ଜାଣି,
ମଣିଷ ମାନେ ଅଲଗା, "ଗୀର୍ଜା, ମନ୍ଦିର, ମସଜିଦ ସିଖାଉଛନ୍ତି (କି)"?
ବିଶ ଅଛି କେଉଁଠି, ମାରିବ ବିଶ କେମିତି?
ଯିଶୁ, ଆଲ୍ହା, ଭଗବାନ ଚୁପ୍ ରୁହ କହୁଛନ୍ତି।
ଡୁଇଟି ଡେଭିଡ ଫିଲିପ୍
ଭବାନୀପାଟଣା
୨୩/୦୬/୨୦୨୩
edit
No comments:
Post a Comment