ଠେଲୁଛି ନହେଲେ ପେଲୁଛି

ଠେଲୁଛି ନହେଲେ ପେଲୁଛି
-----------
ଠେଲୁଛି ନହେଲେ ପେଲୁଛି,
ରେଳର ଜେନେରାଲ ବଗି ହେଉକି, ନାକ ତଳ ସିଙ୍ଗାଣି,
ଇଞ୍ଜିନର କଥା ମାନୁଛି।
ଠେଲୁଛି ନହେଲେ ପେଲୁଛି,
ବୋଝ ତା ଦେହରେ ହୋଇଛି,
କମ ପଇଶାରେ ବଞ୍ଚିଛି,
ଦେହର ଜାମା ଫାଟିଛି, ନହେଲ ମଳି ହୋଇଛି,
ପେଟରେ ଭୋକ, ପୋଲିଥିନରୁ ବାହାର କରି ଖାଉଛି।
ରେଳ ହେଉକି, ସିଙ୍ଗାଣି
ଅବସ୍ଥା ମୋର ଗମ୍ଭିର, ଏ ଅଟେ ଯାତ୍ରୀ ବାହି
ଗାଡ଼ିରେ ମୁଁ ଶେଷରେ ନହେଲେ ପଛରେ ଲାଗିଛି।
ଠେଲୁଛି ନହେଲେ ପେଲୁଛି,
ରେଳର ଜେନେରାଲ ବଗି ହେଉକି, ନାକ ତଳ ସିଙ୍ଗାଣି,
ଇଞ୍ଜିନର କଥା ମାନୁଛି।
ଅବସ୍ଥା ବାର ବାଜିଲାଣି,
ବଗିରେ ପାଣି ଆସୁନି,
ଦୁର୍ଗନ୍ଧ ଓ ଗହଳି ବଢ଼ି ଚାଲିଛି,
କେଉଁଠି ଖାଇବି ଜାଣିନି,
ପ୍ରସାଧନ, ଝିଅ କଣ, ପୁଅ ବି ଯାଇ ପାରୁନି,
ରେଳ ହୋଇଥିଲେ ଓହ୍ଲାନ୍ତି,
ସିଙ୍ଗାଣି ହୋଇଥିଲେ ପୋଛି ଥାଆନ୍ତି,
ଦିଲ୍ଲୀ ଇଞ୍ଜିନକୁ, ଗାଁ ଓ ବସ୍ତି ଜେନେରାଲ ବଗି,
ଠେଲୁଛି ନହେଲେ ପେଲୁଛି,

ଡୁଇଟ ଡେଭିଡ ଫିଲିପ୍
ଚାଇବସା, ଝାଡ଼ଖଣ୍ଡ
9437104303
klddavid@rediffmail.com
୨୨/୦୨/୨୦୨୩
Labels:
edit

No comments:

Post a Comment

Contact Here

Name

Email *

Message *