ଦୁର୍ବଳ ଝରକା

ଦୁର୍ବଳ ଝରକା
---------
ଝରକା ମୋର ଏତେ ଦୁର୍ବଳ, ବାର ବାର ଖାଲି ଖୋଲି ହୋଇଯାଏ,
କବାଟ ଖୋଲିଦେଲେ, ଜାଣି ହୁଏନି, ଝରକାରେ ପବନ ଧକ୍କା ଦିଏ,

ବନ୍ଦ୍ କୋଠରୀରେ ତୁମକୁ ନେଇ ଖରା, ବର୍ଷା ଓ ଶୀତ ଭୋଗେ,
ତୁମେ ଗଲେ ବାର ବାର ମୁଁ କବାଟ କାହିଁକି ଖୋଲି ଦିଏ?

ଦୁର୍ବଳ ମନର ଭୂଗୋଳ ଇଏ,
ଗରମ ହେଲେ ଥଣ୍ଡା ଖୋଜେ,
ଥଣ୍ଡା ହେଲେ ଗରମ ଖୋଜେ,
ଗରମ ଓ ଥଣ୍ଡା ଯଥେଷ୍ଟ ନୁହେଁ, ତାପରେ ଜାଇ ବର୍ଷା ଖୋଜେ,

ତୁମେ ନଥିଲେ କବାଟ ଖୋଲେ,
ଖୋଲି ଦେଲେ ଝରକା ପିଟି ହୁଏ,
ତୁମେ ନଥିଲେ ମୁଁ ଭୂଲ କରେ,
ଝରକାର ଶବ୍ଦ ମୋତେ କଣ ଜଣାଏ।

ବାହାରେ ମୁଁ ଯାହାକୁ ଖୋଜେ,
ତାହା ପାଇଁ ମୁଁ କବାଟ ଖୋଲେ,
ମୋର ଝରକା, ମୋତେ କୁହେ,
ଝରକା ଦୁର୍ବଳ ନା ମୁଁ ଦୁର୍ବଳ, କିଏ ଜାଣେ।

ଡୁଇଟ ଡେଭିଡ ଫୀଳିପ
ଭବାନୀପାଟଣା, କଳାହାଣ୍ଡି
klddavid@rediffmail.com
9437104303
୧୦/୦୨/୨୦୨୩

edit

No comments:

Post a Comment

Contact Here

Name

Email *

Message *