ଗୁହାର କରୁଛି ଆ

ଗୁହାର କରୁଛି ଆ
---------
ଆରେ ପାହାଡ଼ ଆ,
ମୋ ଉପରକୁ ମାଡ଼ିଆ,
ଆରେ ସମୁଦ୍ର ଆ,
ମୋ ଉପରେ ବହିଯା,
ଆରେ ବିଜୁଳି ଆ,
ମୋ ଉପରେ ଢାଳିଦେ ତୋ ନିଆ,

ପେଟର କ୍ଷୁଧା,
ଶୋଷର ଗଳା,
ଯୌବନର ଜ୍ଵାଳା,
ଦାରିଦ୍ର୍ୟତାର ବିଧାତାକୁ ଡରୁ ନଥିଲା ଏବାପା,
ଡ଼ରୁଛି, ଝିଅ ଯିବ ଦାଦନ ଖଟି, ହୋଇନି ସେ ବାହା।

ଖଣି ପାଇଲା ପଇସା ବାଲା,
ଗାଦି ମାଡ଼ିଲା କୁଟ ଯେ ଜାଣିଲା,
ଅଧିକାରୀ ସେ, ଯେ ପାଠ ପଢ଼ି ପାରିଲା,
ସେବି ବଞ୍ଚିଲା ଯାହାର ବାପାର ଜମି ଥିଲା,
ବଳ ଗଲା ବୁଢା ଖଟି ଖିଆ,
ଡ଼ରୁଛି, ଝିଅ, ମାଁ ଛେଉଣ୍ଡା ଯିବ ଦାଦନ ଖଟି, ହୋଇନି ସେ ବାହା,
ମୁଦେଇ, ମୁଦଲା, ଅଛନ୍ତି ଉଭୟଙ୍କୁ ମାରିବା ବଲା।

ଗୁହାର କରୁଛି ଆ।

ଡୁଇଟ ଡେଭିଡ ଫୀଳିପ
ଚାଇବାସା, ଝାଡ଼ଖଣ୍ଡ,
୧୬/୧୨/୨୦୨୨
ସିକେପି ରୁ ଭବାନୀପାଟଣା
klddavid@rediffmail.com
9437104303
Labels:
edit

No comments:

Post a Comment

Contact Here

Name

Email *

Message *