ଗଦ୍ୟ ଏହି ରିଜେକ୍ଟ କଲନି କାହିଁକି

ଗଦ୍ୟ ଏହି ରିଜେକ୍ଟ କଲନି କାହିଁକି
--------
ଏଠି ମାଳ ମାଳ କୁଆଁରି ଝିଅ କ୍ଷୀର ଖୁଆଉଥାଉ,
ରକ୍ତ ହିନରେ ଛୁଆ ମରୁଥାଉ,
ଅପାଠୁଆ ପକେଟ୍ ମାରୁଥାଉ,
ଇତିହାସତ ଠିକା ପାଇଛି,  ଶାସକ ମାନଙ୍କ ଭୂଲ ପିଉଥାଉ,
ଆଦିବାସୀ ନାଁରେ ସଂସ୍କୃତି ଚାପୁଡ଼ା ଖାଉଥାଉ।

ଖୋଳି ନିଅ ସରକାର ଜାହା ମିଳୁଛି ଭୁଗର୍ଭ ଭିତରୁ,
ମାଲ ବୁହା ଚାଲିଛି ଦିନ ରାତି, ଶୁଣୁଛୁ ଶବ୍ଦ ରେଳ ଗାଡିରୁ,
ଦୋଷତ ପାଇବା ସମୟ, ଏବେ କହନ୍ତି, ଆଦାନୀ, ମୋଦି ଓ ଅମିତ୍ ଯେ ମୁଖ୍ୟ ଗୁରୁ,
ଫୁଲ ମେଜୋରିଟୀ, 
କିଏ କଣ କରିବ ଦେଖିବି, କହନ୍ତି ସୁଣୁଛୁ।

ଲୁଚିଛି ଗୋଡ ଦିଟା ଦିଶୁଛି,
ଖଣି ଖାଲ ସବୁ କହୁଛି,
ମାରି ନେଲେ ମହାପାତ୍ର, ଚାହିଁ ଥାରେ ଜଳକା ଆଦିବାସୀ।

ଆଉ ଦୂର ନାହିଁ ଖଣିବି ନଥିବ,
ଉଲଙ୍ଗତା ଆଦିବାସୀ, ହରିଜନ, ଗିରିଜନର ସେମିତି ଦେଖୁଥିବ।

କଥା ଉଠୁଛି
ଏଇଟା କବିତା ହେଲା ନାହିଁ,
ଗଦ୍ୟ ଏହି, ରିଜେକ୍ଟ କଲନି କାହିଁକି?

*****
(ଉପେକ୍ଷିତ ଗିରିଜନଙ୍କୁ ସମର୍ପିତ)
ଡୁଇଟ ଡେଭିଡ ଫିଲିପ୍
ଚାଇବସା, ଝାଡ଼ଖଣ୍ଡ
୧୪/୧୨/୨୦୨୨
9437104303
klddavid@rediffmail.com


edit

No comments:

Post a Comment

Contact Here

Name

Email *

Message *