ବକ୍ଷ ଖୋଜୁଛି
Tuesday, July 19, 2022
ବକ୍ଷ ଖୋଜୁଛି
----------------
ପୁରୁଷ ବକ୍ଷ ଆଶ୍ରୟ, କି,
ମହିଲାର ବକ୍ଷ ମମତା, କି,
ସମୁଦ୍ରର ବକ୍ଷ, ପହଁରିବା ଓ ବୁଡ଼ିବା ପାଇଁ,
ଆକାଶର ବକ୍ଷ, ଉଡ଼ିବା ଓ ଖସିବା ପାଇଁ ।
ରଚନାର ବକ୍ଷ ବୁଝାଇବା ପାଇଁ,
କବିତାର ବକ୍ଷ ଉପମା ପାଇଁ,
ସଙ୍ଗୀତର ବକ୍ଷ ମନ ପାଇଁ,
ରାଜନୀତିର ବକ୍ଷ ବିଭାଜନ ପାଇଁ,
ସବୁ ବକ୍ଷ, ପ୍ରହେଳିକା ଓ କ୍ଷଣକ ପାଇଁ,
ନିଦ୍ରାର ବକ୍ଷ, ବାସ୍ତବ ଅଟେ, ଥକି ଶୋଇବା ପାଇଁ,
ନିଦ୍ରା ଓ ପ୍ରହେଳିକା ଜାଆଁଳା ଭାଇ ଓ ଭଉଣୀ,
ଶେଷରେ ଆଶେ ମହା ନିଦ୍ରା ପାଇଁ।
ବକ୍ଷ ଖୋଜୁଛି
ଦେବ କି ?
ଡୁଇଟି ଡେଭିଡ ଫିଲିପ
ଟ୍ରେନ ଯାତ୍ରୀ, ଭବାନିପାଟଣାରୁ ଚଇବସା, ଝାଡ଼ଖଣ୍ଡ,
୯୪୩୭୧୦୪୩୦୩
୧୮/୦୭/୨୦୨୨
edit
No comments:
Post a Comment