କୁକୁର ପ୍ରେମ ବଢ଼ି ଚାଲିଛି
Thursday, June 9, 2022
କୁକୁର ପ୍ରେମ ବଢ଼ି ଚାଲିଛି
ମଣୀଷ ଆସିବା କମି ଚାଲିଛି
-----------------------------
ଘୃଣା କରେ କହି ଇଏ ଏସ ଟି, ସେ ଏସ ସି
କୁକୁର ଝାଡା ଫିଙ୍ଗେ ନିଜେ ସାଉଟି
ମଣିଷ ଛେପକୁ କହେ ଛି ଛି,
ଚୁମା ଦିଏ ମୁହଁରେ ତାକୁ ବସି,
କୁକର କୁ ସଦା ଦିଏ ଆଉଷି
କୁକୁର ଚାବିଲେ କୁହେ ହୁଏନି କିଛି
ବାପାଙ୍କ ମେଡିକାଲ ଖର୍ଚ୍ଚ ଦିଶେ
କୁକୁରକୁ ମେଡିକାଲ ଯାହାକୁ ଯେତେ
ମଣିଷ ଗାଳିରେ କେବେନ ଚେତେ
କୁକୁର ଭୁକିଲେ ବିଶ୍ଵସ୍ଥ ଦିଶେ
ପରିବାର ଖାଉଛି ଶୁଖା ଭାତ
କୁକୁର ଖାଉଛି ମାଂସ ଭାତ
ପିଲା ଏକ କଲେ ମା ଧାଏ
କୁକୁର କଲେ ନିଜେ ଆଗେ ଧାଏ
କୁକୁର ଗପ ମହାନିଶା
ମଣିଷ ଗପ ଖାଲି ଫିକା
କ୍ଷୀର ମାଂସ ଅଣ୍ଡା ନିଜେ ନାଇ
ଉଦ୍ଧlରି ଖାତା କୁକୁର ପାଇ
Covid ଭେକ୍ସିନ ନିଜେ ନେଇଁନି
କୁକୁର ଭେକ୍ସିନ ଟାଇମ ଟୁ ଟାଇମ
ଡାକ୍ତର ଆସୁନି ବାପା ପାଇ
ଡାକ୍ତର ଖୋଜୁଛି କୁକୁର ପାଇ
କୁକୁର କିଣିଛି ପଇସା ଦେଇ
ଭିକାରୀକୁ କୁହେ ନାଇ ନାଇ
କ୍ଷୀର ପାଉନି ମଣିଷ ଛୁଆ
କୁକୁର ନ ପିଇଲେ ମହା ଅଡ଼ୁଆ
ଘର ନାହିଁ ନିଜର
ବିଛଣା କରିଛି ଆଗେ କୁକୁରର
ପୋଷ୍ଟ ମ୍ୟାନ, ଗ୍ୟାସ ମ୍ୟାନ କୁ ନାହି ପ୍ରବେଶ
ଅନ୍ୟ ଲିଙ୍ଗି କୁକୁରକୁ ଅଗାଧ ପ୍ରବେଶ
ନିମନ୍ତ୍ରଣ ଆସିଲେ ଯାଇପରୁନି
କୁକୁର ବାହାନା କହି ପାରୁନି
ମଣିଷ ମଲେ ହୁଏନିକିଛି
କୁକୁର ମଲେ କାନ୍ଦୁଛି ବସି
ଏକମାତ୍ର ପ୍ରାଣୀ ନିଜ ବାନ୍ତିକୁ ଖାଏ
କହୁଛି, ତାପରି ବିଶ୍ଵସ୍ତ ନାହିଁ କିଏ
କୁକୁର ପ୍ରେମ ଭାରିବଢ଼ିଆ
ମଣିଷ ପ୍ରମରେ କୁହେ ହୁଏ ଅଡ଼ୁଆ
କୁକୁର ପ୍ରେମ ବଢ଼ି ଚାଲିଛି
ମଣୀଷ ଆସିବା କମି ଚାଲିଛି
ଡୁଇଟ୍ ଡେଭିଡ ଫିଲିପ
ଲେହିରୀ ଥାନା
କlଟlପାର
ବିହାରଶରିଫ,
ନାଳନ୍ଦା, ବିହାର ୮୦୩୧୦୧
୯୪୩୭୧୦୪୩୦୩
edit
No comments:
Post a Comment