ବଞ୍ଚିବ କାହିଁକି
Wednesday, June 1, 2022
ବଞ୍ଚିବ କାହିଁକି
----------------
ପୃଥିବୀର ସବୁଯାକ ଉପଯୋଗୀ,
କାମରେ ଆସନ୍ତି ବସ୍ତୁଟେ ବି ହୋଇ,
ଶ୍ରେଷ୍ଠ ପ୍ରାଣୀ ନିଜକୁ ବୋଲଇ,
କାମରେ ନ ଆସି ବଞ୍ଚିବ କାହିଁକି ।
ଆତ୍ମା ଥିଲା ଯିବ, ନିଜକୁ କହୁଁ,
ପରମାତ୍ମାଙ୍କୁ ଆମେ ପ୍ରଚାର କରୁଁ,
ପରମାତ୍ମା କିଏ ନଜାଣି ସବୁ,
ଭୂଲ ଓ ପାପ ପାଇଁ ହୀନ ମଣୁ ।
ପ୍ରଥମେ ସ୍ବୀକାରି ନିଜ ଦୋଷ,
ତାପରେ ଅନ୍ୟ ପାଇ ହୋଇ ଉପଯୋଗ,
ମଣିଷ ଗନ୍ଧ ଥାଏ ସେମାନଙ୍କ,
ଲାଗେ ସେମାନେ ଆତ୍ମାଙ୍କ ଗୃହ ।
ଯାହାକୁ ଦେଖିଲେ ସେ ଗ୍ରହଣ କରେ,
ଅନ୍ୟର ରଙ୍ଗ ରେ ନିଜକୁ ରଙ୍ଗାଏ,
ନିଜକୁ ଭୁଲି ଅନ୍ୟକୁ ବୋହେ,
ପାଣି ଓ ଦର୍ପଣ ପରେ ଜଣା ପଡ଼େ ।
କମନୀୟତା ଏତେ ଯେ ତାର,
ଆଘାତ ପାଇଲେ ହୁଏ ବିଛୁରିତ,
ହୃଦୟ ତ ଆମ ଆହୁରି କୋମଳ,
ଦୋହଲାଇ ଦେଲେ ହୁଏ ବିଛୁରିତ ।
ଆତ୍ମା, ପରମାତ୍ମା ଅଛନ୍ତି କେଉଁଠି,
ମୃଦୁ ଓ କମନୀୟ ସେ ଦର୍ପଣ ଓ ପାଣି ପରି ଆପଣାଇ ନିଅନ୍ତି ।
ଡୁଇଟ ଡେଭିଡ ଫିଲିପ
ସୁମ ଅଲ୍ଟିମେଟ ହସ୍ପିଟାଲ
ଭୁବନେଶ୍ୱର, ଓଡ଼ିଶା
edit
No comments:
Post a Comment