ଖାଇବୁ ଦାନ୍ତୁରି ଖଜା, ଆଲୋ ମନକୁ ବୁଝା
Wednesday, May 4, 2022
ଖାଇବୁ ଦାନ୍ତୁରି ଖଜା, ଆଲୋ ମନକୁ ବୁଝା।
------------------------------
କାହାର କଥା ଧରି ଅବା ଭୂଲ ଧରି, ଚଳି ହେବନି,
କଣ ସବୁ ଭୂଲ କରୁଛି, ସେସବୁ କି ମୁଁ ଜାଣି ପାରୁଛି?
ମୋ କଥା ବାର୍ତ୍ତା, ଅଙ୍ଗ ଭଙ୍ଗୀ ଜାଣନ୍ତି ଅନ୍ୟ ମାନେ,
ଜିଦ୍ କଲେ ହେବନି, "ମୁଁ ମୋ ନିଜକୁ ଜାଣେ",
ସମୟ ସରିବ ଦିନେ, ଜଗତରୁ ଯିବି ନିଶ୍ଚେ,
କୀର୍ତ୍ତି, ଗାଥା ଯାହା କରିଯାଉଛି, ମନେ ରଖିବ, ତୁମେ।
ପାଇଲି ଓ ହାରିଲି, ଗଣନା ସମସ୍ତେ କରନ୍ତି,
ବୁଦ୍ଧ ଓ ଯୀଶୁ ତ୍ୟାଗର ଉଦାହରଣ ଅଟନ୍ତି ।
ରାଜନେତା ଓ ପୁଞ୍ଜିବାଦୀ, ଶତ୍ରୁର ବି ଗୋଡ଼ ଧରନ୍ତି,
ଶାସ୍ତ୍ରୀ, ନୀତିବାନ ଓ ମୂର୍ଖ ଜିଦରେ ହାର ମନନ୍ତିନି,
ନୀତିର ଜିଦ୍, ଶାସ୍ତ୍ର ଓ ଛାତ୍ର କୁ ଭଲ,
କ୍ଷମା ଓ ତ୍ୟାଗରେ ଶତ୍ରୁ ହୁଏ ନିଜର।
ବ୍ରାହ୍ମଣ ବକ୍ଷରେ ଶୁଦ୍ରକୁ ଆଲିଙ୍ଗନ,
ପଣ୍ଡିତ ବକ୍ଷରେ ମୌଲବୀକୁ ପ୍ରେମ,
ଚିତ୍ର ଓ ବିଚାର ମଣିଷ ମଣିଷର ସଙ୍ଗମ।
ମାମୁ, କାକା, ବାପା, ପୁଅ କଣ ଘରେ ଘରେ ଅଛି କଳୀ।
ଭ୍ରମ ସୃଷ୍ଟି କରି ରକ୍ତର ହୋଲି ଖେଳି କହନ୍ତି
ହେବ ଭାରତ ଏକ ଧର୍ମ, ଏକ ଜାତି, ଏକ ନୀତି।
ଖାଇବୁ ଦାନ୍ତୁରି ଖଜା, ଆଲୋ ମନକୁ ବୁଝା।
ଶତ୍ରୁ କୁ ଯଦି କରିବୁ କ୍ଷମା,
ଲୋକେ ରଖିବେ ତୋର ଉପମା।
ଡୁଇଟ୍ ଡେଭିଡ ଫିଲିପ
ଲେହିରୀ ଥାନା
କାଟାପାର
ବିହାରଶରିଫ,
ନାଳନ୍ଦା, ବିହାର ୮୦୩୧୦୧
୯୪୩୭୧୦୪୩୦୩
edit
No comments:
Post a Comment