ଯଶ ଉଦ୍ଧାର
Saturday, May 28, 2022
ଯଶ ଉଦ୍ଧାର
----------------------
ଭାଷା, ସଂସ୍କୃତି, କଳା, ସ୍ଥାପତ୍ୟ, ପିଠ ନଷ୍ଟ ହୋଇଛି,
ଉଦ୍ଧାର କରିବି ମୁଁ ପଣ କରିଛି,
ଫେରିବ, ଗାଥା, ଦେଖା ଯିବ ପିଠ,
ଟେକ ରହିବ, ଅପମାନ ଯାଇ ଫେରିବ ପଣ।
ନୂଆ ଇତିହାସ ରଚିବା ଆମରି ସ୍ବପ୍ନ
ଯଶ, ସମୃଦ୍ଧ ଦିଶିବ ଆମ ଭାରତ।
ବିଚାରାଳୟ ବି ଅଣ୍ଟା ଭିଡ଼ିଛି,
ଗବେଷଣା କରି ନ୍ୟାୟ ଦେଉଛି ।
ଫେରି ଆସୁଛି ହଜିଲା ପଣ,
ସଭିଙ୍କୁ ଲାଗୁଛି ମିଳୁଛି ନ୍ୟାୟ ।
ରାଜ୍ୟ, ସାମ୍ରାଜ୍ୟ ବିସ୍ତାର ବାଦ,
ଆଜି, କାଲି ଯୁଗେ, ଯୁଗେ ଅଟଇ ଜୋର୍ ଯାର, ମୁଲକ୍ ତାର ।
କେବେ ହେଲେ କିଏ ଜମିଦାର, ଭୂମିହାର, ଦରିଦ୍ର, ସୁଦ୍ର, ମୁଶହର,
ତାହାର ବି ହେବ ଗବେଷଣା ଓ ବିଚାର ।
ରକ୍ତ ନବୁହାଇ ସଂଖ୍ୟା ଲଘୁର ପ୍ରାଣ ଯାଉଛି,
ନ୍ୟାୟ ଫେରୁଛି ବୋଲି ବିଜେତା ହସୁଛି ।
ଅସ୍ପୃଶ୍ୟ, ଉତ୍ପିଡ଼ନ, ଅତ୍ୟାଚାରର ସ୍ତୁପ ଆଜିବି ଅଛି,
ଅତ୍ୟାଚାରୀର କଙ୍କାଳ ଓ ମଲା ବାଳ ପାଇ ଦଣ୍ଡ ଆସୁଛି,
ନକ୍ସଲ, ଆତଙ୍କ ଦମନ ଦିଶୁଛି,
କିଏ ଆଗେ, କିଏ ପଛେ, ଆଜିର ବିଚାରାଳୟର ପରିସର, ଇତିହାସ ହେଉଛି।
ଛୋଟ ଇସ୍ରାଏଲ ତୋପ ବଳେ ସାମ୍ରାଜ୍ୟ ଫେରି ପାଇଛି,
ଜୋର୍ ଯାର ମୁଳକ ତାର, ନ୍ୟାୟାଳୟବି କହି ସାରିଛି ।
ଡୁଇଟ୍ ଡେଭିଡ ଫିଲିପ୍
ଲେହେରି ଥାନା,
କାଟା ପାର,
ବାହାର ଶରିଫ, ନାଳନ୍ଦା, ବିହାର
ପିନ୍: 803101
ଦୂର ଭାଷା: ୯୪୩୭୧୦୪୩୦୩
ଇ ମେଲ୍: klddavid@rediffmail.com
edit
No comments:
Post a Comment