ସକାଳକୁ ମୋର ଡର
Monday, May 2, 2022
ସକାଳକୁ ମୋର ବହୁତ ଡର
-----------------------
କ୍ଷୁଧା ଓ ଶୋଷ ଅନିବାର୍ଯ୍ୟ,
ତାପୂର୍ବରୁ ମୋର ଶୌଚର ନାହିଁ ଉପଚାର,
ଯିବାକୁ ପଡ଼ିବ ଅନେକ ଦୂର,
ଧୂଳି, ମଳି, ନାଳ, ତରିବାକୁ ମୋର ଡର।
ଖରା, ବର୍ଷା, ଶୀତ, କାକର,
ନିଦ ହୋଇଗଲେ ମୁଁ ହୁଏ ପାର,
ମଶା, ମାଛି, କୁକୁର, ନାଳ,
ତାଙ୍କୁ ସମ୍ଭାଳିବା ନୁହେଁ ମୋ ପାଇ ବଡ କଷ୍ଟ।
ଗାଳି, ଛିଣ୍ଡା, ଜରି,
ବସା କରନ୍ତି ମୋଠି ଆସି।
ଛେପ, କଫ, ନିଃଶ୍ୱାସ, ଛିଙ୍କ,
ଛି, ଛି, ଭିକ୍ଷା ବୃତ୍ତି ଭୟଂକର।
ଆଖି, କାନ, ପାଟି, ଜିଭ, ଚର୍ମ ତାଙ୍କ ସଙ୍ଗେ ମୋ ପେଟ,
ତାଙ୍କ ପାଇ ଭୋଗ ବିଳାସ,
ମୋପାଇ କାଳ,
ସକାଳକୁ ମୋର ଡର।
ଗର୍ଭ ପାତ ଚେଷ୍ଟା ହେଲା ବ୍ୟର୍ଥ,
ସକାଳ ବିଳମ୍ବ, ମୋପାଇଁ ସବୁ ବେଳେ ଭଲ,
ଭିକ୍ଷା, ବିକଳାଙ୍ଗ, ତାସାଙ୍ଗକୁ ମୁଁ ଝିଅ,
ଦେଖୁଛି ଆଖି ତାଙ୍କର, ଜେବଠୁ ପାଇଲି ବୟସ।
ସବୁ ତରିଛି ଆଜି ଯାଏଁ,
ଆଖିରେ ଶିକାର, ପାରେନି ପାରି,
ରାତିରେ ନିଜର, ସକାଳୁ ମୁଁ ଅତି ପର,
ସକାଳକୁ ମୋର ବହୁତ ଡର।
ଡୁଇଟ୍ ଡେଭିଡ ଫିଲିପ
ଲେହିରୀ ଥାନା
କାଟାପାର
ବିହାରଶରିଫ,
ନାଳନ୍ଦା, ବିହାର ୮୦୩୧୦୧
୯୪୩୭୧୦୪୩୦୩
edit
No comments:
Post a Comment