ଅଚିହ୍ନା ସ୍ୱେଚ୍ଛା ସେବି

ଶାଗୁଣା ବାଜା ଚିଲ
--------------------
ଶାଗୁଣା, ବାଜା ଓ ଚିଲ ପକ୍ଷୀ,
ମହାକାଶେ ଉଡୁଛି ହସି ହସି ।
ଝାମ୍ପି ବସନ୍ତି ଶିକାରକୁ ସେମାନେ ଦେଖି
ବୁଝି ପାରେନି ଶିକାର, ଫସିଲା କେମିତି ।

ଯେ ପକ୍ଷୀ ଉଡେ ଯେତେ ଦୂର
ସେ ପରା ଜାଣିଛି ତା ବେଭାର,
ପିଂମ୍ପୁଡ଼ି, ମାଛି ଓ ଘର ଚଟିଆ ଏତେ ସାନ
ଶିକାର ନୁହେଁ ସେଗୁଡା ଶାଗୁଣା, ବାଜା ଓ ଚିଲର ଆହାର ।

ଏ ଦୃଶ୍ୟ ଅଟେ ପୁଞ୍ଜି ବାଦି ଗଣ ତନ୍ତ୍ରର
ଦଳିତ, ଆଦିବାସୀ, ଭିକ୍ଷୁକ ବ୍ରାହ୍ମଣ ଶିକ୍ଷା ହିନଙ୍କର ।

ଏକ ହୋଇ ସେ ବିଭିନ୍ନ ପଞ୍ଚାୟତ ଯାଆନ୍ତି
ଏତେ ବୋକା କିଛି ଯେ ବାହାରି ନକସାଲ ବୋଲାନ୍ତି ।
ତାଙ୍କୁ ଶାଗୁଣା, ବାଜା ଓ ଚିଲ  କେବେ ମିଳନ୍ତି ନାହିଁ,
ସେ ଶ୍ରେଷ୍ଠ ପର ଯିବି ଶିକାରୀ, ଅଛପା ନୁହେଁ ଭାଇ ।

ଜିଓ ଓ ଏନଜିଓ,  ନିଜକୁ ମାଲିକ ଓ ସେବକ ବୋଲାନ୍ତି
ସେ ଶାଗୁଣା, ବାଜା ଓ ଚିଲର କେବଳ ସେବକ ଅଟନ୍ତି ।

କୁପୋଷଣ, ଶିକ୍ଷା ହୀନ, ଆୟ ହୀନ, ଦୁର୍ନୀତି ଭଲ ବାହାନା,
ରୋଙ୍ଗଟା, ଟାଟା, ରେଲାୟେନ୍ସ, ମୋଦିର
କିଏ କରିବ ସାମନା ।

ଜମି, ନେତା, ଖଣି ଓ ନ୍ୟାୟ କିଣା ଚାଲିଛିକି,
ଶାଗୁଣା, ବାଜ, ଚିଲ, ଆମକୁ ଆକାଶେ ଦେଖା ଯାଉନି ।

ଡୁଇଟ୍ ଡେଭିଡ ଫିଲିପ
ଏଲ.ଡି, ହାଉସ
ଆମ୍ଲାତୋଳା
ଚାଇବାସା, ଝାଡ଼ଖଣ୍ଡ, 
୯୪୩୭୧୦୪୩୦୩



My baby's new womb
----------------------------------
I conceived and carried you for nine months,
I delivered you the day you are born,
I had sleepless night when you are in womb,
It was always good, when kicking and beating my pregnant womb

Today you are grown up struggling around for survival,
The world is your new womb with, heat, water, wind and society is the addition.

Sorry beta I thought
You are delivered for ever

Be stong quickly to deliver,
Before the time I have heavenly call.

Dwit David Philip
L.D, House
Amlatola
Chaibasa, Jharkhand,
9437104303
Sent from RediffmailNG on Android


ଅଚିହ୍ନା ସ୍ୱେଚ୍ଛା ସେବି
----------------------
ତୁମେ ହେ ସେବକ,
ବିହାର ଓ ଝାଡ଼ଖଣ୍ଡର
ତୁମକୁ ଚିହ୍ନେନି ଭାରତ ବର୍ଷ

ଭିନ୍ନ ଭିନ୍ନ ପ୍ରଦେଶରୁ ଏଠିକି ଆସିଛ
ଗାଁ ଗାଁ ରେ ରହି ସେବା କରୁଛ
ମୁଷହର ସହିତ ମୁଶହର ହୋଇଛ
ଜନ ଜାତି ସହିତ ମାଟିରେ ମିଶିଛ ।

ଖାଇଛ ଲିଟି, ଚୋଖା, ତାଡି, ଭାତ ପଖାଳ
ଛୁଆ ମା ବାପା ଙ୍କ ମୁହଁରେ ହସଟିଏ ଦେଲ
ଧୂଳି, ଶୀତ, ତାତି, ବର୍ଷା ଅଦିନେ ଖାଇଲ
ପରିବାର ଛାଡ଼ି ଅନ୍ୟର ପରିବାର ଗଢ଼ିଲ

ଦଳିତ ଆଦିବାସୀଙ୍କୁ ଏକ କରି
ପ୍ରୟାସୂଛ ତାଙ୍କ ଜୀବିକା ପାଇ,
କାହାକୁ ଦେଉଛ ଜୀବିକା ରାସ୍ତା
ଦିନ ହୀନ ପାଇ ସରକାରୀ ଭତ୍ତା

ପାଣି, ପାଇଖାନା, ଶିକ୍ଷା ବ୍ୟବସ୍ଥା
ଘର ଡିହ ନଥିଲେ ତାପାଇ ସୁବିଧା
ସରକାର ପଞ୍ଚାୟତ ହୀନ କଲେ 
ଅପମାନ ସହି ଗରିବକୁ ମିଳୁ କହେ

ଫେରିବ ଘରକୁ ଜାଣିନି କେବେ
କାମରେ ମାତିଛି ସବୁ ବେଳେ
ମୃତ୍ୟୁ ଦେଖିଛି ସେବକଙ୍କ ବିଭିନ୍ନ ସ୍ଥାନେ
ପ୍ରାର୍ଥନା କର ଲକ୍ଷ୍ୟ ହାସଲ ହେଉ ଏହି ରାଜ୍ୟେ

ଡୁଇଟ୍ ଡେଭିଡ ଫିଲିପ
ଏଲ.ଡି, ହାଉସ
ଆମ୍ଲାତୋଳା
ଚାଇବାସା, ଝାଡ଼ଖଣ୍ଡ, 
୯୪୩୭୧୦୪୩୦୩
Labels:
edit

No comments:

Post a Comment

Contact Here

Name

Email *

Message *