ଆଖିରେ କୁଟା ମୂଷାହାର

ଆଖିରେ କୁଟା ମୂଷାହାର
---------------------------
ମୁଷହର ତାଙ୍କ ଜାତିର ନାମଟି
ଘରେ ଘରେ ଦାଦନ ଅଛନ୍ତି 
ସମସ୍ତେ ପ୍ରାୟ ଜମି ହିନ ଅଟନ୍ତି
ଲେଖୁଛି ଏଠି ମୁଁ ତାଙ୍କ ବିବୃତି

ସରକାରୀ ଯାଗା ଦେଖି କି
ଗ୍ରାମେ ଗ୍ରାମେ ସେ ରହି ଆସୁଛନ୍ତି
ବିହାର ୟୁପି, ନେପାଲ
ତାଙ୍କ ବିନା ପ୍ରାୟ କୃଷି ହୁଏନା

ଅସ୍ପୃଶ୍ୟ ଅଟନ୍ତି ଜାତିରେ
ଘୁଷୁରୀ, ଝାଟି ମାଟି, ଗୃହରେ
ଚଳନ୍ତି ଅତି କମ ଖର୍ଚ୍ଚରେ 
ମାଟ୍ରିକ, ବିଏ ପ୍ରାୟ ମିଳେନି
ଅବସ୍ଥା ଭାବ ଦିଶୁଥିବେ କିପରି

ମାଟି ଖଣ୍ଡିଏ ନାହିଁ ତାଙ୍କ ଅଧିକାରରେ
ଯାହା ରୋଜଗାରେ, ସରେ ଗୋଟିଏ ଦିନରେ
ଭତ୍ତା, ଚାଉଳ ଗହମ ମୁଣ୍ଡକୁ ପାଞ୍ଚ କେଜି କାର୍ଡ ଥିଲେ ମିଳେ
ଚଳୁଛି ବିନା ଅଧିକାର ସ୍ବାସ୍ଥ୍ୟ, ପାଣି, ବିଜୁଳି ମାଗଣାରେ, 

ଲୁଣ, ତେଲ, ଛାତ, ପଛରେ
ଗୀତ, ପର୍ବ, ହସ ଦିଶେନି ମୁହଁରେ

ସ୍ୱାଭିମାନ, ଆତ୍ମ ସମ୍ମାନ ମୁହଁରୁ ହଜିଛି
ସକାଳ ପାଇଲେ ସରକାର ଓ ସାହୁକାରକୁ ଯଗୁଛି
ଏ, ଆ, ଜା, ସଂଵୋଧନ ପାଉଛି, 
ନିଜକୁ ଓ ଅନ୍ୟକୁ ସମ୍ମାନ ଦେବ କେମିତି

ପିଲା ତାର ଭାତ ଦିଆ ସ୍କୁଲରେ ପଢ଼ୁଛି, 
ଟିଫିନ୍ ନିଆ ସ୍କୁଲ୍ ରେ ନାହାନ୍ତି,
ଶିକ୍ଷକଙ୍କ ଆଖିରେବି ଏ ଛୋଟ ଜାତି
ଶତକଡାରେ ବିହାର ରେ ୧୫ ଅଟନ୍ତି

ଛୁଆ ପାଠ ନଜାଣି, ଇଟା ଭଟ୍ଟା କି ଦାଦନେ ଯାଉଛି
ଝିଅ ଉପାୟ ଶୂନ୍ୟ, ଅବେଳୁ ହାତରୁ ଦୁଇ ହାତ ହେଉଛି,
କୁପୋଷଣ ସ୍ୱଳ୍ପାହାର ପିଲା, ସରକାର ମାନୁଛି
ବାପା ସ୍ୱାମିର ନାଲି ପାଣିକି, ଗରିବିର କାରଣ କହୁଛି

ଆତ୍ମ ନିର୍ଭର ଯଦି ସେ ନୁହଁ ସ୍ଥିତିରେ
ସେ ରହିଲା ସୁରକ୍ଷା ଚକ୍ର ବାହାରେ
ମୌଳିକ ମାନବିକ ଅଧିକାର ବାହାରେ, 
ଉପେକ୍ଷିତ ଅମର୍ତ୍ୟ ସେନଙ୍କ ଭାଷାରେ,

ଭୋଟ ଦେବାର ଅଛି ନିଶ୍ଚେ ଅଧିକାର, 
ରାମ, ଭତ୍ତା, ଘର, ମାଟି ନାରେ ଜାଏ (ଭୋଟ) ତାଙ୍କର।
ଗାଦିକୁ ଆସିଲେ ସରକାର 
ଆଖିରେ କୁଟା ମୂଷାହାର

ଡୁଇଟ୍ ଡେଭିଡ ଫିଲିପ
ଲେହିରୀ ଥାନା
କାଟାପାର
ବିହାରଶରିଫ, 
ନାଳନ୍ଦା, ବିହାର ୮୦୩୧୦୧
୯୪୩୭୧୦୪୩୦୩
Labels:
edit

No comments:

Post a Comment

Contact Here

Name

Email *

Message *