'ମୁଁ ନୂଆ'
Friday, April 22, 2022
'ମୁଁ ନୂଆ'
---------------
ଏକ ସ୍ପର୍ଶରେ ସଂକୋଚିତ |
ମୃଦୁ ପୋଷାକର ରାତି |
ପଣ୍ଡସ୍ ଡ୍ରିମ୍ ଫ୍ଲାୱାର ଆପାଦ ମସ୍ତକ |
ପଞ୍ଜରା ଦବାଇବାବେଳେ ଦୀର୍ଘ ହୃଦ ଘାତ କ୍ରନ୍ଦନ |
ଏକ ବୁନ୍ଦା ଝଡି, ପୁଣି ସଂକୋଚିତ |
ରାତିର କଳା ଦାଗ ଖେଳ |
ଚାର୍ଲି ଫ୍ଲେଭର ମହ ମହ ଗନ୍ଧ |
ଅବୟବ ଲମ୍ଫ ଦେବାବେଳେ ହାଡଗୁଡ଼ିକ ଜଡ |
ଫୁସ୍ ଫୁସ୍ ଶବ୍ଦରେ, ପୁଣି ସଂକୋଚିତ |
ଭୋଗିବା କ୍ରନ୍ଦନର ରାତି |
ଲାଳର ଅଜଣା ସ୍ଵାଦ |
ଅଙ୍ଗ ଶାନ୍ତ, ମାଂସ କାନ୍ଦୁଛି|
'ମୁଁ ନୂଆ'
ଡେଭିଡ୍ ଫିଲିପ୍ |
L D, ଘର
ଅମଲାଟୋଲା |
ଚାଇବାସା, ଝାର ଖଣ୍ଡ,
634104303
edit
No comments:
Post a Comment