ଚପଳ ମତ୍ତିର ହିନ ଅନୁଭୂତି

ଚପଳ ମତ୍ତିର ହିନ ଅନୁଭୂତି
----------------------------
କାହାକୁ ଦିଏ ଅଶ୍ରୁ, କାହାକୁ ଦିଏ କ୍ରୋଧ
ପିଲାଦିନୁ ବିଷାଦ ପିଲାଦିନୁ ନାହିଁ ନିଦ

କହିନି କୁଭାଷା ବାପାଙ୍କୁ ଥିଲା ତାର ଡର
ଏତେ କ୍ରୋଧ କିନ୍ତୁ ଲାଗେ ହେଇଥାନ୍ତା ମଡର

ଶ୍ରେଣୀ ତୃତୀୟ ବୁଝିଲା କିଏ ଉଚ୍ଚ କିଏ ନୀଚ୍ଚ, 
ଯେବେ ସହପାଠୀ ଶାସ୍ତ୍ରୀ ଦେଲାଟି ଡମ୍ୱ ଡାକ
ବାପା ମାଁ ତ ଉଚ୍ଚ ଶିକ୍ଷିତ ଧର୍ମଗୁରୁତ ଖ୍ରୀଷ୍ଟ
ଶବ୍ଦ ଶୁଣି ବୁଝିନେଲା ପରେସେ ମୁଁ ଏକ ଦଳିତ

ସହରେ କମ ପଢା, କୁଲି, ନାଳି କାମ କରା, 
ଯଜମାନେ ନାହିଁ ମାନ, ଦିଏ ବର୍ଷା ଶୀତ ଖରା
ଗାଆଁରେ ଦେଖେ ବାସି ସାଙ୍ଗେ ଗୋରୁ ଖିଆ, 
ତାଙ୍କଠିକୁ ଯାଏନି ଯେ ସେ ଅନ୍ୟଠୁ ଉଚ୍ଚା 

ନାଳ, ଜରି, କେଚେରା ରହେ ସେଇଠି, 
ବଡ ପାଟି ଓ ମାଁ ଲଗାଇ ଭାଷାରେ ମାଁ ବୈଜ୍ୟତ୍ତି

ଏସବୁ ବୁଝାଇ ଦେଲା ପିଲା ଦିନ 
ପାଠ, ଖାଦ୍ୟ, ଭାଷା, ବ୍ୟବହାର ଥାଇ ଡମ୍ବ ହୀନ

ଡମ୍ବ, ଶିକ୍ଷକ, ଗହନ୍ତିଆ, ହାକିମ ହେଉ କି ଜମାଦାର
ସେ ହୀନ ଅଟେ ଥାଉ ପଛେ ତାର ଭଲ ଯେତେ ବ୍ୟବହାର

ଅଷ୍ଟମ ଶ୍ରେଣୀରେ ବି ଜଣେ ଡାକିଲା ଡମ୍ବ  
ରକ୍ତାକ୍ତ କଲା ସିନା ବୁଝୁନଥିଲି ତାର ମନ  
 
ଶିକ୍ଷକ ଦେଲେ ଓଲଟା ପ୍ରହାର, 
ସାଙ୍ଗରେ ବାପାଙ୍କ ଗୁରୁ ଭାଷଣ
ପ୍ରତିଶୋଧ ନେବା କାମ ନିଚ୍ଚର  
ଉଚ୍ଚସେ ଯେ ପାଇଛି ସହିବା ସଂସ୍କାର

ଆଇଏଏସ ବି ଦିଖିଛି ଡାକ୍ତରଙ୍କୁ ବି ଦେଖିଛି, 
ସମ୍ବିଧାନ ଦେଇଛି ତାଙ୍କୁ ପାୱାର
ପିଅନଟେ କହୁଛି, ହୀନ ହେବ କେବେ ଏଇଠୁ ପାର

ଶିକ୍ଷା ହେଲେ ବଦଳେ ଉଚ୍ଛର ନୀଚ୍ଚ ବିଚାର
ଶିକ୍ଷା ଦୀକ୍ଷା ଥାଇ ଦଳିତ ପ୍ରତି ସେହି ବ୍ୟବହାର

ସବୁଠୁ ଶତକଡାରେ ଦଳିତ ହୁଏ ରେପ୍
ବିକଳାଙ୍ଗ, କୁପୋଷଣ, ଜମିହୀନବି ସେମ୍ 
କାଗଜ ଓ ହାଟ ପଦାରେ ରହିଛି ଲମ୍ବା ଲିଷ୍ଟ୍
ପୋଲିସ ଓ ସାମ୍ବାଦିକ ନୁହେଁ, କହୁଛି ଏମିନିଷ୍ଟି

ଚୁଟିକୁ ମୁଠା, ପାଟିରେ ତା ମାଁ ଟା, 
ନାରୀ ଦଳିତା ହେଲେ ଅହଂର ପ୍ରତିଷ୍ଠା

ଭାରତେ ଇଂଲିଶ ଓ ୟୁନିଭରସିଟି ଯେ ବେଶି
ହସ୍ପିଟାଲ ୱାର୍ଡ ହେଉକି ରେଳର ଜେନେରାଲ 
ଦଳିତ ଓ ଡମ୍ୱ ସହରୀ ସ୍ଲମ୍ବରେ କାହିଁକି ବେଶି 

ଧନ୍ୟବାଦ ଦେଉଛି ସବୁ କଲେଜ ସାଙ୍ଗକୁ,
ହୀନ ମଣନ୍ତିନି କେବେ ବାହାରିଲୁଣି କେଵଠୁ,
ଏ ହେଉଛି ସୁଶିକ୍ଷା ଓ ତାଙ୍କ ଘରର ସଂସ୍କାର, 
ପ୍ରଣମୁ ଏପରି ପୁରୋଧାଙ୍କ ଗୌରବ ସଂସ୍କାର

ଡୁଇଟ୍ ଡେଭିଡ ଫିଲିପ
ଲେହିରୀ ଥାନା
କାଟାପାର
ବିହାରଶରିଫ, 
ନାଳନ୍ଦା, ବିହାର ୮୦୩୧୦୧
୯୪୩୭୧୦୪୩୦୩
Labels:
edit

No comments:

Post a Comment

Contact Here

Name

Email *

Message *