ଭୋକର ଭୂଗୋଳ

 ଭୋକର ଭୂଗୋଳ
---------------------
ଭୋକର ଭୂଗୋଳ
ସେଜୁଗେ ମିଠା, ଏଜୁଗେ ଥଟ୍ଟା

ପେଟକୁ ଟାକୁଆ
ଦାଦନ, ନହେଲେ ହଳୀଆ
ମହାଜନ ଘରେ ଆଣ୍ଠେଇ ଖିଆ
ତୁରାଣୀ ହେଉ କି ଭାତ ମାଣ୍ଡିଆ, 
ଛୁଆ, ଅଜା, ଆଈ, ସ୍ତ୍ରୀ, ସବେ କୁହା କହି ଅଛିକି ଦାନା, 

କହୁଛି......
ସ୍ତ୍ରୀ କଥା ତ ଛାଡ଼, 
' ପିଲାଙ୍କୁ କହି ଦେବି ଯାହାବି ବାହାନା '
ଏଥିଲା ଭୋକର ଭୂଗୋଳର ଜମାନା

ଲୁଣ ରେ କଞ୍ଚା ଲଙ୍କା,
ପାଉଷରେ ଶୁଖୁଆ,
ବିଲାତି ଟେ ଜୁଟିଲେ, 
ମନେ ପଡେନି, ପର୍ବ ସମୟର ଛୁଙ୍କl

କୁକୁଡ଼ା ଟେ କଷ୍ଟେ ରଖେ 
ଭାବି ଛତର ଦେଵତାର ମାଙ୍ଗ, 
ମହାଜନର ଆଖି ପଡ଼ିଲେ, 
ତାକୁ ଦିଏ ହସି ହସି ବଳିଦାନ

ଫୁସ୍ ପୂନୀ ରେ ବଢିବ ଆସା
ସବୁ ବର୍ଷେ ଆଣି ଆସେ ସମାନ ନିରାଶା

ମହାଜନ୍ ଯଦିଓ ଅଲଗା, 
ତାଙ୍କର ଭାଷା ସବୁତ ଏକା

ଆରିସା ପିଠା, ଜିଲାବି, ବରା
ସମସ୍ତଙ୍କ ପାଇଁ ହାଟରେ ମିଳୁ ଥିଲା

ମୁହଁରେ ବାସ୍ନା, ଦେଶି କସନା, 
ଉଧାରିରେ ଆଣିଛି, 
କହେ ସ୍ବାମୀ 'ମନା କରନା'

ଭୋକର ଭୂଗୋଳ ସେଜୁଗରେ ମୀଠା
ଏଯୁଗେ,ଭାବିଲେ ଭାଗ୍ୟକୁ ଥଟ୍ଟା

ସବୁ ତାଙ୍କ ପିଲା ଗଲେ ରଙ୍ଗିନ ସ୍କୁଲ୍
ଆମ ବିଦ୍ୟାଳୟ, ଅଙ୍ଗନୱାଡି ଅଣ୍ଡା ଭାତ ପାଇ ପିଲା ମୂଲ ମୂଲ୍, 

ନାହିଁ ଭାଗ୍ୟରେ ସ୍ମାର୍ଟ ସ୍କୁଲ୍, 
ସରକାର କହୁଛନ୍ତି ପିଲାଙ୍କୁ ପରୀକ୍ଷା ଅଟେ ଭୂଲ

ଆନୁଷ୍ଠାନିକ ପ୍ରସବ, ତାଉପରେ ପେନ୍ ସନ
ଛୁଆ ମା ଆମେ, ଘର ଛାଡ଼ି, ନଛାଡ଼ି ଟେନ୍ ସନ

ଚାଉଳ ଫ୍ରି,  ଡାଲି ଦେବ କହୁଛି ଫ୍ରି
୬୦ କୁ ଭତ୍ତା
ବିଧବା ଭତ୍ତା
ବିକଳାଙ୍ଗ ଭତ୍ତା, 
ସେହି ମହାଜନ ହାତରେ ପତ୍ତା, 
ଆଜିର ନେତା

ଏବେ ଆସିନି ବେକାରି ଭତ୍ତା
୧୧୦ ପେଟ୍ରୋଲ ହେଲେ ୨୦୦ ସୋରିଷ 

ଜେଶିବି ଓ ଟ୍ରାକ୍ଟର ତ ଅଛି ଗାଆଁରେ
ଲେବର୍ ର ନାହିଁ  ପତ୍ତା ପ୍ରଦେଶ ଭିତରେ 

ସରକାର କହୁଛି 
ଭୋକର୍ ଭୂଗୋଳ ଆଉ ନାହିଁ
ଆମେ ବି କହୁଛୁ, 
ଫୋନ୍ କଲେ କହୁଛି, ଆସିବୁ ନାହିଁ

ଭୋକ ଜାଇଛି ତାଙ୍କ ପ୍ରଦେଶ୍, 
ତମେ କରୁଥାଅ ପଞ୍ଚାୟତ୍, ବ୍ଲକ ଓ ବିଧାନ ସଭାରେ ବିଲ ପାସ

ଭୋକର ଭୂଗୋଳ
ସେଜୁଗେ ମିଠା ଏଜୁଗେ ଥଟ୍ଟା

ଡୁଇଟ୍ ଡେଭିଡ ଫିଲିପ
ଲେହିରୀ ଥାନା
କlଟlପାର
ବିହାରଶରିଫ, 
ନାଳନ୍ଦା, ବିହାର ୮୦୩୧୦୧
୯୪୩୭୧୦୪୩୦୩

ପ୍ରକାଶ ପାଇ ସାରିଛି
Labels:
edit

No comments:

Post a Comment

Contact Here

Name

Email *

Message *