ଶୋଇବନିକି
Sunday, February 13, 2022
ଶୋଇବନିକି
--------------
ନିଦ ଥିଲେ ଶୋଇ ହେବ
ପ୍ରେମିକା କୁ ପ୍ରେମିକ ଥିଲେ ଶୋଇ ହେବ
ଥକି ଯାଇଥିଲେ ଶୋଇ ହେବ
ଶୀତକୁ ରେଜାଇ
ପେଟକୁ ଦାନା
ଦେହକୁ କନା
ମୁଣ୍ଡକୁ ଛାତ
ପ୍ରଶ୍ନକୁ ଉତ୍ତର
ବର୍ଷାକୁ ବାହାନା
ଖରାକୁ ଥଣ୍ଡା
ପାଗଲକୁ ନିଶା
ସମସ୍ୟା କୁ ଆଶା
ଦେଶକୁ ଗତି
ରାଷ୍ଟ୍ରକୁ ନୀତି
ସମାଜକୁ ପ୍ରୀତି
ଧର୍ମକୁ ସଂସ୍କୃତି
ଇତିହାସ କୁ ଛାତି
ଛାଡ଼ ପତ୍ର ହୋଇ ଯାଇଛି
ସୋଇ ହେବକି?
ଗାନ୍ଧୀ, ପରି ହେ ରାମ, ହେ ରାମ ଡାକ?
ନିଦ ହେବ
ମୁଁ ଶୋଇଦେବି,
ପିଲା ମୋର କଣ କରିବେ?
କହିଦିଅ ନାଥୁରାମ ଗର୍ଡସେ ଆସି ସାରିଛି
ନା.....ତ, ସେତ ସୁଭାଷ ବୋଷ ଆଉ ସର୍ଦ୍ଦାର ପଟେଲ ର ଡ୍ରେସ ପିନ୍ଧିଛି
ଡୁଇଟ୍ ଡେଭିଡ ଫିଲିପ
ଲେହିରୀ ଥାନା
କାଟାପାର
ବିହାରଶରିଫ,
ନାଳନ୍ଦା, ବିହାର ୮୦୩୧୦୧
୯୪୩୭୧୦୪୩୦୩
edit
No comments:
Post a Comment