ଖଞ୍ଜୁ ଛ ପ୍ରଭୁ ବାଛି ବାଛି

ଖଞ୍ଜୁ ଛ ପ୍ରଭୁ ବାଛି ବାଛି
---------------------------
ଖଞ୍ଜୁ ଛ ପ୍ରଭୁ ବାଛି ବାଛି,
ଆତ୍ମା ମାନେ,
ତୁମ ଭାବି ରାଜ୍ୟର ପ୍ରଜା।

କାହାକୁ ଧାର୍ମିକ, ମନର ମତ, ନମ୍ର, 
କାହାକୁ ଦାସ, କାହାକୁ ପ୍ରିୟ ପାତ୍ର
ଘୋଷଣା କରୁଛ!

ମୋପlଳି ତ ପଡ଼ିଲା ପରି ଲାଗୁନି
"ଅନୁଗ୍ରହରେ ବିଶ୍ୱାସ ହେତୁ ପରିତ୍ରାଣ"
ଗେଟ୍ ରେ ବସିବି ଭାବିଛି,
ଡାକିଲେ ପଶିବି!

ଦେହର ବ୍ୟବସ୍ଥା,
ପାପର ବ୍ୟବସ୍ଥା,
ମନର ବ୍ୟବସ୍ଥା, 
କିଏ କାହାକୁ ମାନୁ ନାହାନ୍ତି......
ଆତ୍ମାର ବ୍ୟବସ୍ଥା ଦେଇଛ ଯେ....
ଯେତେ ଗାଧେଇକି ପିନ୍ଧିଲେ,
ମୁଁ ମଇଳା ହେଇ ଯାଉଛି!

ଜାଣିଛି,
ଯିଏ ସାଧୁ ହେଇ କହିଲା ତାଙ୍କୁ ତୁମର ଅନୁକମ୍ପା,
ଦେଖlଦେଲ, ଗର୍ଭରେ ପଶିଲ, ମାରୀୟମକୁ,

ପୁଅ ଡ଼lକିବାର ସୌଭାଗ୍ୟ ତାଙ୍କୁ ଖାଲି ଦେଲ,
ଯୋସେଫଙ୍କୁ ବି ଯୋଡ଼ିଲ,

ଏଲିଯାବେତ, ଏଲିୟ ସାଧୁଙ୍କୁ ଧାରଣ କଲା,
ଜିଖରୀୟ ବାପା ହେଲା, ଯୋହନ ସାଧୁର ବାପା,
କେତେ ସାଧୁକୁ, ସାଧୁ ସହିତ ଖଞ୍ଜୁଛ,
ବାଃ ତୁମ କେନଭାଶ,
ମୁଁ ସ୍ଥାନ ପାଉନି।

ବାପା ଖାଲି କହୁଛନ୍ତି,
"ଅନୁଗ୍ରହରେ ବିଶ୍ୱାସ ହେତୁ ପରିତ୍ରାଣ"
ବିଶ୍ୱାସ ହେଉନି,

ସିମୀୟନର କି ଆନନ୍ଦ,
ଗର୍ଭରେ ନଧରିଲେ କଣ ହେଲା,
ମହା ପବିତ୍ରଙ୍କୁ କୋଳ ତ କରି ପାରିଲା,
ଲମ୍ବା ସାଧ୍ଵୀ ତlର ଅପେକ୍ଷା ସଫଳ ହେଲା।

ହାନ୍ନା, ସାଧ୍ଵିର ଅପେକ୍ଷା, ଖ୍ରୀଷ୍ଟ ଦର୍ଶନେ ନିସ୍ତlର ପାଇଲା,

ପବିତ୍ରତା ଖୋଜୁଛ,
ମୁଁ ନୁହେ ଜାଣିଛି
ଆତ୍ମାର ବ୍ୟବସ୍ଥା, ଉପାସେ ଲଭିବି କେବେ?
ମୋ ଦ୍ଵାରା ହେବନି ପ୍ରଭୁ,
ଲାଗୁକର ସତରେ 
"ଅନୁଗ୍ରହରେ ବିଶ୍ୱାସେ ପରିତ୍ରାଣ"

ପୁଣି କହୁଚ୍ଛ "ଆମ୍ଭ୍ରର ଅନୁଗ୍ରହ ତୁମ୍ଭ ପାଇ ଯଥେଷ୍ଟ"?
କାହାକୁ ବିଶ୍ୱାସ କରିବି, କେଉଁ ତତ୍ତ୍ଵର କେଉଁ ଡାଳକୁ ଧରିବି?

ଶେଷରେ ତାଗିଦ୍ କରିଛ, ପ୍ରକାଶିତ ପୁସ୍ତକ ୨୨ ପର୍ବରେ,
କିଏ ତୁମର, କିଏ ବାହାର,
ବାଃ ତୁମ କେନଭାଶ,

ତୁମ ତୂଳୀରେ ଅନେକ ରଙ୍ଗ ଯାଇ ସେଠି ଜୀବନ ପାଉଛି,

ମୁଁ କଳା ରଙ୍ଗ ହେଲେ ବି 
ପ୍ରାର୍ଥନା କରୁଛି,
ତୁମ କୃଷର ତୂଳୀରେ ମୋତେ...
ତୁମ କେନଭାଶରେ ଜାଗା ଦିଅ।

ମୁଁ ବି ତ ଲାଜାର, 
ଖାଲି ମ୍ୟାଚ୍ ସରିନି.....

ଡୁଇଟ୍ ଡେଭିଡ ଫିଲିପ
ଲେହିରୀ ଥାନା,
କାଟାପାର,
ବିହାରଶରିଫ, 
ନାଳନ୍ଦା, ବିହାର ୮୦୩୧୦୧
Labels:
edit

No comments:

Post a Comment

Contact Here

Name

Email *

Message *