ଜଙ୍ଗଲରେ ଅଛି ମୋ ପାଠ, ଜୀବିକା ଓ ପୂଜା ଖୁଣ୍ଟ

ଜଙ୍ଗଲରେ ଅଛି ମୋ ପାଠ, ଜୀବିକା ଓ ପୂଜା ଖୁଣ୍ଟ
-------------
ଅକ୍ଷର, ବୋଝ ମୋ ପାଇଁ ଓ ମୋ ମାଁ ପାଇଁ,
ଗଣା ଗଣି ମୁଁ କରୁଛି, ଚିତ୍ର କାଟିବା ବି ଜାଣିଛି,
କେତେଥର ମୁଁ ମାଁ କ୍ଷୀର ଦିନରେ ପିଇଛି, 
ମାଁ ମୋର ଜନ୍ମ ବେଳୁ ଗଣି ଶୁଣାଉଛି,

ମୁଁ ଗୋଟେ କୁଟିଆ କନ୍ଧ, ଲାଞ୍ଜିଗଡ଼ ଫୁଲ ଡୁମେର ମୋ ଗାଁ ଟି,
ଗଣି ପାରିବି କେତେ ଘର ଓ କେତେ ଛେଳି ଅଛି,
ଗଣି ଦେଉଛି କେତେ ପ୍ରକାର ଗଛ, ଲତା, ଶାଗ, ଅଛି,
ଗଣି ଦେବି କହା କାହା ଘରେ  ଫୋନ ଅଛି,
ଲେଖି ପାରୁନି, କିଏ କାହିଁକି କାନ୍ଦୁଛି, କିଏ କାହିଁକି ହସୁଛି,
ହାତ ଧରି ଅକ୍ଷର କିଏ ଶିଖାଇବ ଯେ ମୁଁ ଲେଖିବି?

ଆସିଥିଲା ଖାକି ଡ୍ରେସ୍, ପୋଲିସ ଓ ଫରେଷ୍ଟର,
କହୁଥିଲା ମହୁ, ମହୁଆ ଓ ଜଙ୍ଗଲ ନୁହେଁ ତୁମର,
ଖାଇବୁ କ'ଣ, ବାପ ଯିବାକି ପାହାଡ ଛାଡି ତଳ?
ଧରଣି ଖୁଟା ନାହିଁ ତଳେ, ଜଙ୍ଗଲ ଜୀବିକା ଆମର,
ଅଛି ଚକା ଡୋଳା, ଲମ୍ବା ଶୁଣ୍ଢ, ସେ ଜୀବିକା ବ୍ରାହ୍ମଣର, 
ଲେଖା ବୁଝୁଛି କହିଛି ବିଡ଼ିଓ ଓ କଲେକ୍ଟର,
ମାଷ୍ଟର ତ ନୁହେଁ କେହି କୁଟିଆ କନ୍ଧ, 
ଆମ ପାଇଁ କିଏ ଲେଖି ଦେବ?

ପାଠ,
ଗଣି ପାରିବେ ସବୁ ଲୋକ,
ଲେଖି ପରୁନାହୁଁ, ହାତ ଧରି ଶିଖାଇ ଦେବାକୁ ନାହିଁ ଲୋକ,
ଜଙ୍ଗଲରେ ଅଛି ମୋ ପାଠ, ଜୀବିକା ଓ ପୂଜା ଖୁଣ୍ଟ।

ଡୁଇଟି ଡେଭିଡ ଫିଲିପ୍
ଓକିଲ ଓ ସମାଜ ସେବୀ,
ଭବାନୀପାଟଣା, କଳାହାଣ୍ଡି,
୧୧/୦୫/୨୦୨୩
9437104303
Klddavid@rediffmail.com

Contact Here

Name

Email *

Message *