Friday, April 1, 2022
ପକ୍ଷୀ
-------
ଏ ପକ୍ଷୀ ଉଡିବାକୁ ଚାହେଁ
ବସିବାକୁ ବି ମନ କରେ
ବସେ ଉଡ଼େ, ବସେ ଉଡ଼େ
ଖୁସିରେ ବସେ, ଖୁସିରେ ଉଡ଼େ
ନ ବସିବା ଯାଏ ଦୁଃଖ
ବସି ଗଲେ ମନ ଭରିଯାଏ
ନୂଆ ଡାଳ ଖୋଜି ଖୋଜି ବସିବା, ରହସ୍ୟ!
ପକ୍ଷୀର ମନ କିଏ ଜାଣିଛି,
କିଏ ପଚାରିବ,
ଆଉ ଜବାବ ଦେଲ କିଏ ବୁଝିବ
ଭଲ ଲାଗେ ପକ୍ଷୀଟି କିନ୍ତୁ, ଚଳଚଞ୍ଚଳ
ଭାବୁଛି,
ତାରବିତ ବୟସ ଯିବ
ବୁଢି ହେଲେ କେମିତି ହେବ
"ତୋର ଯଦି ଏତେ ଚିନ୍ତା
ପିଞ୍ଜରା ଟେ କରି ରଖି ଦେଉନୁ,
ତୁ ମୋତେ ଧରି ପକାଉନୁ,
ମୁଁ ତ ଚାହୁଁଛି ତୁ ଧର, ରଖ, ନିଜର କରିନିଅ"
ବାଃ ରେ ସ୍ବପ୍ନ
ଡୁଇଟ୍ ଡେଭିଡ ଫିଲିପ
ଲେହିରୀ ଥାନା
କାଟାପାର
ବିହାରଶରିଫ,
ନାଳନ୍ଦା, ବିହାର ୮୦୩୧୦୧
୯୪୩୭୧୦୪୩୦୩