Monday, April 11, 2022
ଦାଦନର ମୁଁ ବିକଳାଙ୍ଗ ଝିଅ
-------------------------------
ଝିଅ ହୋଇ ଜନମ,
ଶିକ୍ଷିତ ଘରେବି ନୁହେଁ ପୁଅ ସହିତ ସମାନ
ଦଳିତ, ଜମିହିନ, ହେଲେ ଗରିବ ଦାଦନ
ମାଁ, ଆଇ, ଥିଲେବି ମିଳେନି ପୁଅର ମାନ,
ପୁଅ ଛୋଟ ଥିଲେ ଝିଅର କାଖରେ ବସେ
ଝିଅକୁ ପୁଅ କାଖେଇଲେ ମାଁ କୁ ଲଜ୍ୟା ଲାଗେ
ବିକଳାଙ୍ଗ ଝିଅ ଜନମ ହେଲି
ଭଲ ପାଠ ଜାଣି ଘରେ ବସିଲି,
ଭାଇର ଶିକ୍ଷାରେ ମନ ନାହିଁ
ବାପା ଯୋଗାଡୁଛି ପଇସା ବିଦେଶ ପାଇ
କପାଳ ଲିଖନ କେକରେ ଆନ
ହୀନ ପ୍ରଥମେ, ବାପା ମାଁ କହନ୍ତି ସେ ବିକଳାଙ୍ଗ,
ଚପଲ, ସାନିଟାରୀ ପେଡ ନାହିଁ କପାଳେ
ବାହା ତ ହେବନି, ପଢ଼ାଅନା ତାକୁ ଏହି ଜଞ୍ଜାଳେ
ଜମି, ଡିହ, ପାଠ, ବିବାହ, ବିକଳାଙ୍ଗ ଘରେ ପୁଅକୁ ମିଳେ
ମୋ ପାଇଁ ସରକାରୀ ବ୍ୟବସ୍ଥା ଅଛି, ଖବର ଶୁଣେ,
ଜୀବିକା ଭତ୍ତା, ବିବାହ ଭତ୍ତା, ପାଠ ବ୍ୟବସ୍ଥା
ଧନ୍ୟବାଦ୍ ତୁମକୁ, ମୋପାଇ ତୁମେ କରିଛ ଚିନ୍ତା
ଚିନ୍ତା, ଚିନ୍ତା, ଚିନ୍ତା,
ଘରେ ଛୋଟ ବେଳୁ କଲେନି ବ୍ୟବସ୍ଥା,
ଆଜି ମୁଁ ବଡ ହୋଇ ସାରିଛି, ହେଉଛି ହିନସ୍ଥା
ଡୁଇଟ୍ ଡେଭିଡ ଫିଲିପ
ଲେହିରୀ ଥାନା
କାଟାପାର
ବିହାରଶରିଫ,
ନାଳନ୍ଦା, ବିହାର ୮୦୩୧୦୧
୯୪୩୭୧୦୪୩୦୩