କୋମଳ ବକ୍ଷ ବିଦିର୍ଣ୍ଣ
Saturday, March 19, 2022
କୋମଳ ବକ୍ଷ ବିଦିର୍ଣ୍ଣ
-----------------------
ଚାରି କୋଣେ ଭାର
ଆଖି ନାହିଁ ତାର, ଦୂର ମହାକାଶକୁ ସ୍ବାଗତ
ଉପରେ ପ୍ରତିବାଦର ଛାତ
ସର୍ପିଳ ଦେହ, ଡେଇଁ ପାରିବନି ନିଜେ କେଉଁ କାନ୍ଥ
ବକ୍ଷ ଦୀର୍ଘ ଓ ଅମାୟୀକ
ଆୱାନ ସୁଖ, ଦୁଃଖ, କ୍ରୋଧ, ସ୍ବପ୍ନ, ଅନୁରାଗ, ଅଶ୍ରୁଳ ଓ ଚିନ୍ତିତ ଦେହ ମୋ ପରାଣ
କହୁଛି
"ଆ ବିସ୍ତାରିଦେ ତୋ ଥକା ବଦନ,
ହେଉ ପଛେ ମୋ କୋମଳ ବକ୍ଷ ବିଦିର୍ଣ୍ଣ,
ଦେବି, ଶୋଷି ନେବି ସ୍ଵାଦ ଓ ବିଷାଦ,
ତୋ ଝାଳେ ହେଉ ମୋ ଦେହେ ପୁର୍ଣ୍ଣ,
ଧାରଣବି କରିବି ଥକିଛୁ ପାଇବୁ ବିଶ୍ରାମ",
ଆଶ୍ଵସ୍ତି ଲଭିବ ଦେହ ଓ ତୋ ମନ
"ଲଢ଼ିବୁ ଜାଇ, ଆସୁଛି ଆଉ ଏକ ରଜନୀ ଜାଇ ଜହ୍ନ"
କର୍ମ କ୍ଷେତ୍ର,
ଟଣାଟଣି ଦର୍ଶନ ଓ ବାସ୍ତବ
ଧର୍ମ ପିଠ,
ଆତ୍ମା, ପରମାତ୍ମା ଜଣା ନାହିଁ କିଏ ଲଜ୍ଜିତ
ସମାଜ,
ବର୍ବର ରକ୍ତାତ ପ୍ରାଣ, ମାଁବି ପିଆଉଛି କ୍ଷୀର
ବିଚାରାଳୟ,
ନ୍ୟାୟ ଅନ୍ୟାୟର ମିଶ୍ରିତ ପ୍ରତିପାଦନ
ସାଂସଦ ବିଧାନ,
କ୍ଷୁଧା ଓ ଭିକ୍ଷା ଅପମାନ
ସମ୍ବିଧାନ,
ଡରେ ହେବ କଟା ଯୋଡ଼ା ନାହିଁ ପୂଜନ
ବଜାର,
ପ୍ଲାଷ୍ଟିକ, ପଲିଥିନ୍ ଚାପୁଛି ସାମଗ୍ରୀ ଓ ବିଚାର ଧାରା
ଗଣ ମାଧ୍ୟମ,
ତଥ୍ୟ ଓ ମିଛ ମଧ୍ୟେ ସଂଗ୍ରାମ
ମାଟି, ପାଣି, ଅଗ୍ନି, ଉତ୍ତାପ, ସମୟ
ପଞ୍ଚଭୂତ, ସବୁ ବ୍ୟତିକ୍ରମ,
ସ୍ବେଚ୍ଛାସେବୀ ଗାଁର କି ଜାତି ସଂଘର, ସବୁ ସନ୍ଦେହ
ହାଇଟେକ୍ ପଚାରୁଛି
ହାଇଟେକ୍ କରୁନି ଅନାଥ, ବିଧବା, ଭିନ୍ନକ୍ଷମ, ଜମିହିନ, ଦାଦନ,
କାହିଁକି ପୁରୁଣା ପ୍ରସବ ଓ ଗର୍ଭଧାରଣ
ହିଂସା ଯୁଦ୍ଧ କ୍ଷେତ୍ରେ ନୁହେଁ, ପ୍ରତି ବୀର୍ଯ୍ୟର ଭୂଷଣ
ସ୍ବାଗତ କରୁଛି
ଚାରି କୋଣେ ଭାର ମୋ ଖଟ
ହେଉ ପଛେ ମୋ କୋମଳ ବକ୍ଷ ବିଦିର୍ଣ୍ଣ
ଡୁଇଟ୍ ଡେଭିଡ ଫିଲିପ
ଲେହିରୀ ଥାନା
କାଟାପାର
ବିହାରଶରିଫ,
ନାଳନ୍ଦା, ବିହାର ୮୦୩୧୦୧
୯୪୩୭୧୦୪୩୦୩
edit
No comments:
Post a Comment